କର୍ତ୍ତାରପୁର କରିଡରକୁ ସ୍ୱାଗତ କଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍

ନୂଆଦିଲ୍ଲୀ: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଶିଖ୍‍ମାନଙ୍କର ଦୁଇଟି ତୀର୍ଥସ୍ଥଳକୁ ସଂଯୋଗ କରୁଥିବା କର୍ତ୍ତାରପୁର ସାହେବ କରିଡର ଖୋଲାଯିବା ଘଟଣାକୁ ସ୍ୱାଗତ କରିଛନ୍ତି। ସେ ଟ୍ୱିଟ୍‍ ଯୋଗେ ଜଣାଇଛନ୍ତି, ଏହା ଦ୍ୱାରା ଦୁଇଦେଶ ମଧ୍ୟରେ ଆନ୍ତଃଧାର୍ମିକ ସମନ୍ୱୟ ଓ ବୁଝାମଣା ବୃଦ୍ଧି ପାଇବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଡେରା ବାବା ନାନକ ସାହେବଠାରେ କର୍ତ୍ତାରପୁର କରିଡରର ସମନ୍ୱିତ ତନଖି ଫାଟକକୁ ଉଦ୍‍ଘାଟନ କରିଥିଲେ। ଏହା ପରେ ଶିଖ୍‍ ଧର୍ମାବଲମ୍ବୀଙ୍କର ପ୍ରଥମ ଜେଠା କର୍ତ୍ତାରପୁର ଅଭିମୁଖେ ଯାତ୍ରା କରିଥିଲେ।

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାବୀ ନଦୀ ସେପାଖେ ଅର୍ଥାତ ପାକିସ୍ତାନ ପଟେ ଥିବା ଗୁରୁ ନାନକ ଦେବଙ୍କ ପୀଠକୁ ସଂଯୋଗ କରୁଥିବା କରିଡରକୁ ଉଦଘାଟନ କରିଛନ୍ତି।

Comments are closed.