ଭାରତରେ ବେକାରୀ ବଢ଼ିଛି

0

ନୂଆଦିଲ୍ଲୀ: ଯୁବବର୍ଗଙ୍କୁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟିର ନାରା ଦେଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଥିଲା। କିନ୍ତୁ ଗତ ୪ ବର୍ଷ ଭିତରେ କେନ୍ଦ୍ର ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ନ ଥିବା ବିରୋଧୀ ଦଳମାନେ ଅଭିଯୋଗ କରି ଆସୁଛନ୍ତି। ଦେଶରେ ବେକାରୀ ଦୁଇ ଗୁଣ ବଢ଼ିଥିବା ବେଳେ ନିଯୁକ୍ତି ସୁଯୋଗ ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ରଏଟର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୭ ଜୁଲାଇରେ ଭାରତର ବେକାରୀ ହାର ୩.୩୯% ଥିବା ବେଳେ ୨୦୧୮ ମାର୍ଚ୍ଚରେ ବେକାରୀ ୬.୨୩%କୁ ବୃଦ୍ଧି ପାଇଛି। ଏପ୍ରିଲ୍‍ ୨୦୧୮ ସୁ୍‍ଦ୍ଧା ୬.୭୫%କୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‍ ଇକନୋମି ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସେହି ସମୟ ମଧ୍ୟରେ ୭୦ ଲକ୍ଷ ପଦବୀ ଉଚ୍ଛେଦ ହୋଇଛି। ବେକାରୀ ହାର ୨୦୧୭ ଜୁଲାଇରୁ ଅକ୍ଟୋବର ମଧ୍ୟରେ ୩.୩୯%ରୁ ୫.୦୪%କୁ ହ୍ରାସ ପାଇଛି। ସେହିପରି ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏହା ୪.୭୬%ରୁ ୪.୭୮% କୁ ହ୍ରାସ ପାଇଛି।

Leave A Reply