ଭାରତରେ କମୁଛି ଏଡ୍‍ସ୍‍ : ଜାତିସଙ୍ଘ ରିପୋର୍ଟ

0

ନୂଆଦିଲ୍ଲୀ : ଭାରତରେ ନୂଆ ଏଚ୍‍ଆଇଭି ସଂକ୍ରମଣ ଓ ଏଡ୍‍ସ୍‍ ସଂକ୍ରମିତ ଲୋକମାନଙ୍କ ମୃତ୍ୟୁ ବହୁମାତ୍ରାରେ ହ୍ରାସପାଉଛି । ଏଡ୍‍ସ୍‍ ସଂକ୍ରାନ୍ତ ମିଳିତ ଜାତିସଙ୍ଘର ଏଡ୍‍ସ୍‍ ସଂପର୍କୀତ ମିଳିତ ସଂସ୍ଥାର ରିପୋର୍ଟରେ ଏହା କୁହାଯାଇଛି।
ଏଚ୍‍ଆଇଭି ସଂକ୍ରମିତ ଲୋକମାନଙ୍କ ପାଇଁ ସ୍ଥାୟୀ ତଥା ସମନ୍ୱିତ ଉଦ୍ୟମ ଯୋଗୁଁ ୨୦୧୦ରୁ ୨୦୧୭ ମଧ୍ୟରେ ଏଭଳି ଲୋକମାନେ ସହଜ ଜୀବନ ଯାପନ କରୁଛନ୍ତି। ଏଡ୍‍ସ୍‍ ସଂକ୍ରାନ୍ତ ମିଳିତ ଜାତିସଙ୍ଘର ଏକ ସଂସ୍ଥାର ରିପୋର୍ଟରେ କୁହାଯାଇଛି, ଯେ ଏଚ୍‍ଆଇଭି ଏଡ୍‍ସ୍‍ ସଂକ୍ରମଣର ଚିକିତ୍ସାରେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବ୍ୟାପକ ଅଗ୍ରଗତି ହାସଲ କରିଛି।
ଭାରତରେ ନୂଆ ଏଚ୍‍ଆଇଭି ସଂକ୍ରମଣ ୨୦୧୦ରେ ୧.୨୦ଲକ୍ଷରୁ ୨୦୧୭ରେ ୮୮,୦୦୦କୁ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି।  ସେହିଭଳି ଏଡ୍‍ସ୍‍ ସଂକ୍ରମିତ ଲୋକଙ୍କ ମୃତ୍ୟୁ ସଂଖ୍ୟା ୧. ୬୦ ଲକ୍ଷରୁ ୬୯,୦୦୦କୁ ହ୍ରାସ ପାଇଛି। ସେହିପରି ଏଚ୍‍ଆଇଭି ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩ ଲକ୍ଷରୁ ୨୧ ଲକ୍ଷକୁ ହ୍ରାସ ପାଇଛି। ଭାରତରେ ସାମାଜିକ ସୁରକ୍ଷା କୌଶଳ, ସ୍ୱାସ୍ଥ୍ୟ ସଚେତନତା ନୀତି ଓ ବିଭିନ୍ନ ମୌଳିକ ଢାଞ୍ଚା କାର୍ଯ୍ୟକାରୀ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। କାମ୍ବୋଡ଼ିଆ, ଭାରତ, ମିଆଁମାର, ଥାଇଲ୍ୟାଣ୍ଡ ଓ ଭିଏତ୍‍ନାମ୍‍ରେ ୨୦୧୦ରୁ ୨୦୧୭ ମଧ୍ୟରେ ସ୍ଥାୟୀ ତଥା ସମନ୍ୱିତ ଉଦ୍ୟମ ଯୋଗୁଁ ଏଚ୍‍ଆଇଭି ସଂକ୍ରମଣରେ ବ୍ୟାପକ ହ୍ରାସ ପାଇଛି। ତେବେ ରିପୋର୍ଟରେ ଆନ୍ତର୍ଜାତିକ ସ୍ତରରେ ନୂଆ ଏଚ୍‍ଆଇଭି ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟି ନ ଥିବାରୁ ଚେତାବନୀ ଦିଆଯାଇଛି। ତେବେ ଏଡ୍‍ସ୍‍ ମହାମାରୀ ପାକିସ୍ତାନ ଓ ଫିଲିପାଇନ୍‍ରେ ବ୍ୟାପି ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି।

Leave A Reply