୨୦୧୯ରେ ନିର୍ବାଚନ ଲଢିବେନି ଉମା

0

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ନ ଲଢିଲେ ମଧ୍ୟ ସେ ସକ୍ରିୟ ରାଜନୀତିରୁ ଅବସର ନେବେ ନାହିଁ ବୋଲି କହିଛନ୍ତି। ନିର୍ବାଚନ ନ ଲଢିବା ନେଇ ସେ ଦଳୀୟ ନେତାଙ୍କ ଠାରୁ ଅନୁମତି ନେଇଥିବା ଉମା କହିଛନ୍ତି। ରାମ ମନ୍ଦିର ନିର୍ମାଣ ଓ ଗଙ୍ଗା ନଦୀ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ସେ ରାଜନୀତିରୁ କିଛି ସମୟ ବିରତି ନେବେ ବୋଲି କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଏକ ସକାରାତ୍ମକ ପରିବେଶ ସୃଷ୍ଟି ଲାଗି ଉଦ୍ୟମ ଆବଶ୍ୟକ। ସେହିପରି ୨୦୧୯ ଜାନୁଆରୀ ୧୫ରୁ ଉମା ଏକ ଗଙ୍ଗା ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି।

Leave A Reply