ଭାରତରେ ୟୁଏମର ନୂଆ ୱାରିଏଣ୍ଟର ଲଞ୍ଚ

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ରେନଗାଡେ କମାଣ୍ଡୋ କ୍ଲାସିକର କ୍ୟାର୍ବୁଟର ୱାରିଏଣ୍ଟର ବଜାର ପ୍ରବେଶ କରାଯାଇଛି। ଏହି ମୋଟରସାଇକେଲର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ରଖାଯାଇଛି। ଏହି ବାଇକର ପୁରୁଣା ମଡେଲ ବାଇକ ପୁଏଲ ଇଞ୍ଜେକ୍ଟେଡ ଭାରତରେ ବଜାର ପ୍ରବେଶ କରାଯାଇଥିଲା। ତେଣୁ ଏହି ନୂଆ ମଡେଲ ବାଇକରେ ବିଷେଶ କିଛି ପରିବର୍ତ୍ତନ କରାଯାଇନାହିଁ। କମ୍ପାନୀ ଏହି ବାଇକରେ ଏବିଏସ୍‍ ସୁବିଧା ଦିଆଯାଇନାହିଁ। ଏହି ବାଇକରେ ୨୭୯.୫ସିସି ଇଞ୍ଜିନ ୫ସ୍ପିଡ ଗିୟରବକ୍ସ ରହିଛି। ବ୍ରେକିଂ ବ୍ୟବସ୍ଥା ଦେଖିବାକୁ ଗଲେ ସମ୍ମୁଖରେ ୨୮୦ଏମ୍‍ଏମ୍‍ ଓ ୧୩୦ଏମଏମ ବ୍ରେକ ରହିଛି। ବାଇକରେ ଥିବା ଅତ୍ୟାଧୁନିକ ସୁବିଧା ଦୃଷ୍ଟିରୁ ଗ୍ରାହକ ଆକର୍ଷିତ ହେବେ ବୋଲି କମ୍ପାନୀ ଆଶା ରଖିଛି।

Leave A Reply