ବଜାରକୁ ଆସିଲା ୟୁଏମ୍‍ ମୋଟରସାଇକେଲର ଦୁଇ ନୂଆ ମଡେଲ ବାଇକ

0

ନୂଆଦିଲ୍ଲୀ : ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ୟୁଏମ ମୋଟରସାଇକେଲ ନିଜର ଦୁଇ ମଡେଲ ବାଇକ ବଜାର ପ୍ରବେଶ କରାଇଛି। କମ୍ପାନୀ ରେନଗାର୍ଡ ସ୍ପୋର୍ଟ ଏସ୍‍ ଏବଂ ରେନଗେର୍ଡ କମାଣ୍ଡୋ ନାମକ ଦୁଇ ମଡେଲର ବିକ୍ରି ଆରମ୍ଭ ହୋଇଛି। ବଜାଜରରେ ୟୁଏମ୍‍ ମୋଟରସାଇକେଲ ଚାହିଦା ଥିବାରୁ ଏହାର ଭଲ ବିକ୍ରି ହୋଇଥିବା କମ୍ପାନୀ କହିଛି।
ୟୁଏମ୍‍ ଲୋହିଆ ଦୁଇ ଚକିଆ ଯାନର ମୁଖ୍ୟ ପରିଚାଳକ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁଇ ମଡେଲ ବାଇକ୍‍ ଯୁବ ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଥିବା କମ୍ପାନୀ ଆଶା ରଖିଛି। ଏହି ଦୁଇ ନୂଆ ମଡେଲ ବାଇକରେ ଆକର୍ଷଣୀୟ ରଙ୍ଗ ଏବଂ ଅତ୍ୟାଧୁନିକ ସୁବିଧା ରହିଥିବା ଦେଖିବାକୁ ମିଳିଛି। ରେନଗେଡ କମାଣ୍ଡୋ ଓ ସ୍ପୋର୍ଟରେ ୨୮୦ ସିସି କାବ୍ର୍ୟୁରେଟେଡ ଇଞ୍ଜିନ, ୬ସ୍ପିଡ ଗିୟରବକ୍ସ ଆଦି ରହିଛି। ଏହି ବାଇକ ବଜାରରେ ଅନ୍ୟ ଦାମୀ ବାଇକମାନଙ୍କୁ ଟକ୍କର ଦେବା ଅନୁମାନ କରାଯାଉଛି।

Leave A Reply