ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ

0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ ହୋଇଯାଇଛି। ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପେଟ୍ରୋଲିୟମ୍‍ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଶୁକ୍ରବାର ବ୍ରହ୍ମପୁରଠାରେ ଆୟୋଜିତ ସମାବେଶରେ ବହୁ ସଂଖ୍ୟକ ଉଜ୍ଜ୍ୱଳା ହିତାଧିକାରୀ ମହିଳା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ କନ୍‍ଫରେନ୍‍ସିଂ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ। କେନ୍ଦ୍ରମନ୍ତ୍ରୀଦ୍ୱୟ ମୟୂରଭଞ୍ଜ ଜିଲ୍ଲାର ଯୋଶିପୁରା, ବାଲେଶ୍ୱରର ଭୋଗରାଇ, ଯାଜପୁରର କଣ୍ଟାମାଳ, କୋରାପୁଟ୍‍ର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ଅନୁଆପଡ଼ା ଓ ଭଦ୍ରକର ସାତଭଉଣୀଠାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ବହୁ ହିତାଧିକାରୀ ମହିଳା ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ସିବୁଳିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଭାରତ ସରକାରଙ୍କ ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଏକ ଜାଗରଣ ସୃଷ୍ଟି କରିଛି ବୋଲି କହିଛନ୍ତି।

Leave A Reply