ଉଗାଣ୍ଡାରେ ନୌକାବୁଡି ୩୦ ଜଣଙ୍କର ମୃତ୍ୟୁ

0

କାମପାଲା . –  ଉଗାଣ୍ଡାର ରାଜଧାନୀ କାମପାଲାରେ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଏକ ନୌକା ବୁଡି ଯିବାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ବିବିସିର ଖବର ଅନୁସାରେ  ଲୋକମାନଙ୍କୁ ପରିବାହନରେ ବ୍ୟବହୃତ ଏକ ବଡ କ୍ରୁଜ୍‌ ନୌକା ବୁଡିଯାଇଛି ।

ଏଥିରେ ୧୦୦ରୁ ଅଧିକ ଲୋକ ଥିଲେ । ୪୦ଜଣଙ୍କୁ ଉଗାଣ୍ଡାର ମାରାଇନ୍‌ ଫୋର୍ସେସ୍‌ ସଦସ୍ୟମାନେ ଉଦ୍ଧାର କରିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଭିକ୍ଟୋରିଆ ହ୍ରଦରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ନୌକାମାନଙ୍କରେ  ଆବଶ୍ୟକତାରୁ ଅଧିକ ଲୋକ ଯାତାୟତ କରୁଥିବାରୁ ଏପରି ଘଟଣା ଘଟୁଛି ।

Leave A Reply