କ’ଣ କରୁଛନ୍ତି ଉଦିତ୍ ନାରାୟଣ ?

0

୯୦ଦଶକର ଅନ୍ୟତମ ଖ୍ୟାତନାମା ଗାୟକ ଭାବେ ଲୋକପ୍ରିୟ ହୋଇଥିଲେ ଉଦିତ୍ ନାରାୟଣ। ସେ ସମୟର ସଂଖ୍ୟାଧିକ ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରିଥିଲେ ଏହି ଗାୟକ ।

ଏବେ ସିନେଜଗତଠାରୁ ସମ୍ପୂର୍ଣ୍ଣ ଦୂରେଇ ରହୁଛନ୍ତି ଉଦିତ୍। ମଧୁମେହରେ ଆକ୍ରାନ୍ତ ହେବା ପରେ ଦିନକୁଦିନ ତାଙ୍କ ସ୍ବାସ୍ଥ୍ୟର ଅବନତି ହେଉଛି। ଡାକ୍ତରଙ୍କ ଚିକିତ୍ସାରେ ରହିବା ସତ୍ତ୍ବେ କୌଣସି ଆଶାନୁରୂପ ଉନ୍ନତି ହେଉନାହିଁ ବୋଲି ପରିବାରସୂତ୍ରରୁ ପ୍ରକାଶ।

କିଛିଦିନ ତଳେ ଉଦିତ୍ ମୁମ୍ବଇର ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସଂଖ୍ୟାଧିକ ସିନେ ପୁରସ୍କାର ପାଇଥିବା ଉଦିତ୍ ୨୦୧୪ବେଳକୁ ମଧୁମେହରେ ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ସେ ବିଶ୍ରାମ ନେବା ଆଳରେ ସିନେଜଗତଠାରୁ ଦୂରେଇ ଯାଇଥିଲେ ।

ହେଲେ ପୁଅ ଆଦିତ୍ୟ ନାରାୟଣର କ୍ୟାରିୟରକୁ ନେଇ ମଧ୍ୟ ଉଦିତ୍ ଚିନ୍ତାରେ । ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ଯଦିଓ ଆଦିତ୍ୟଙ୍କର ରୁଚି ଅଛି, ହେଲେ ତାଙ୍କ ରୁକ୍ଷ ବ୍ୟବହାର ପାଇଁ ସେ ଚର୍ଚ୍ଚା ପରିସରରେ ।

Leave A Reply