୬୦ ଫୁଟ୍‌ ଗଭୀର ବୋରଓ୍ୱେଲରୁ ଉଦ୍ଧାର ହେଲା ୧୮ ମାସର ଶିଶୁ

0

ହିସାର ..- ହରିୟାଣାର  ହିସାରରେ ଏକ ବୋର ଓ୍ୱେଲ ମଧ୍ୟରୁ ୧୮ ମାସର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି । ବୁଧବାରରେ ଖେଳୁଥିବା ସମୟରେ ଏହି ବୋରଓ୍ୱେଲ ମଧ୍ୟରେ ଶିଶୁଟି ଖସି ପଡିଥିଲା  । ନଦୀମ ଖାନ୍‌ ନାମକ ଜଣେ ଶ୍ରମିକଙ୍କ ଶିଶୁ ବୋରଓ୍ୱେଲ ମଧ୍ୟରେ ଖସି ପଡିବା ପରେ ସେଠାରେ ଲୋକ ଜମା ହୋଇଥିଲେ ।

ପରେ ସେନା  ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନବଳର ଉଦ୍ଧାରକାରୀ ଦଳ ସେହି ସ୍ଥାନରେ ପହଞ୍ଚି ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।  ବୋର ଓ୍ୱେଲ ମଧ୍ୟକୁ ସିସିଟିଭି କ୍ୟାମରାରେ ନୀରିକ୍ଷଣ କରାଯିବା ପରେ ଅମ୍ଳଜାନ  ଦିଆଯାଇଥିଲା । ଶିଶୁଟିକୁ ଖାଇବା ପାଇଁ ବିସ୍କୁଟ ଦିଆଯାଇଥିଲା । ୪୭ ଘଣ୍ଟାର ଚେଷ୍ଟା ପରେ ଶିଶୁକୁ ଉଦ୍ଧାର କରାଯାଇଛି । ଏବେ ତାହାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ଜଣା ପଡିଛି ।

Leave A Reply