କେରଳ ଗସ୍ତକୁ ନେଇ ନିଜ ନାଗରିକଙ୍କୁ ସତର୍କ ସୂଚନା ଜାରି କଲା ୟୁଏଇ

0

ଦୁବାଇ : କେରଳ ଗସ୍ତ ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିଜର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। କେରଳରେ ନିପା ଭୂତାଣୁ ସଂକ୍ରମଣକୁ ନେଇ ୟୁଏଇର ସ୍ୱାସ୍ଥ୍ୟ ଓ ପ୍ରତିଶେଧକ ମନ୍ତ୍ରଣାଳୟ ଏହି ସତର୍କ ସୂଚନା ଜାରି କରିଛି। ମନ୍ତ୍ରଣାଳୟ ଏହାର ଏକ ବିବୃତିରେ ଏହାର ନାଗରିକଙ୍କୁ କହିଛି ଯେ ଯଥା ସମ୍ଭବ କେରଳ ଗସ୍ତରୁ ଦୂରେଇ ରୁହ। ବାଦୁଡି, ଘୁଷୁରି, କୁକୁର ଓ ଘୋଡା ଭଳି ପଶୁଙ୍କ ଠାରୁ ନିପା ଭୂତାଣୁ ମଣିଷ ଦେହକୁ ସଂକ୍ରମିତ ହୋଇଥାଏ। ଏହାଦ୍ୱାରା ମଣିଷ ଗୁରୁତର ଅସୁସ୍ଥ ହେବା ସହ ମୃତ୍ୟୁମୁଖରେ ପଡିଥାଏ। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ କେରଳରେ ୧୧ଜଣଙ୍କର ମୃତ୍ୟୁ ହେବା ସହ ୪୦ଜଣ ଆକ୍ରାନ୍ତ ହୋଇଛନ୍ତି।

Leave A Reply