ରାଜଧାନୀ ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ

0

ଭୋପାଳ : ମଧ୍ୟପ୍ରଦେଶର ରତଲାମ ନିକଟରେ ଗୁରୁବାର ସକାଳେ ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ରତଲାମ-ଗୋଧ୍ରା ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଛି। ଜଗୁଆଳୀ ଥିବା ଏକ ଫାଟକରେ ଟ୍ରକକୁ ଟ୍ରେନ ଧକ୍କା ଦେଇଥିଲା। ଏଥିରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇ ଫାଟକ ଅତିକ୍ରମ କରି ରେଳ ଧାରଣକୁ ମାଡି ଆସିଥିଲା। ଫଳରେ ଟ୍ରେନ ସହିତ ଧକ୍କା ହେବା ପରେ ଟ୍ରକର ସମ୍ମୁଖ ଭାଗଟି ଚୁରମାର ହୋଇଯାଇଥିଲା।
ତେବେ ପରେ କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଛାଡି ରାଜଧାନୀ ଏକ୍ସପ୍ରେସ ପୁଣି ଯାତ୍ରା କରିଛି। ଏହି ଦୁଇ କ୍ଷତିଗ୍ରସ୍ତ ବଗିର ଯାତ୍ରୀଙ୍କୁ ଅନ୍ୟ ବଗିରେ ସିଟ ଯୋଗାଇ ଦିଆଯାଇଛି।

Leave A Reply