ଆସିଲା ଟୁଇଟର ‘ଟୁଇଟରସ୍ନାପ’ ; ଜାଣନ୍ତୁ କ’ଣ ରହିଛି ଫାଇଦା

0

ନୂଆଦିଲ୍ଲୀ : ଟୁଇଟର ନିଜର କ୍ୟାମେରା ଡିଜାଇନକୁ ନେଇ ଅପଡେଟ ଜାରି କରିଛି। ଏହାଦ୍ୱାରା ବ୍ୟବହାରକାରୀଙ୍କୁ କ୍ୟାମେରାରେ ନୂଆ ସୁବିଧା ମିଳିବ। ଏହି ଅପଡେଟ ମାଧ୍ୟମରେ ବ୍ୟବହାରକାରୀ ଫଟୋ, ଭିଡିଓ କିମ୍ବା ଲାଇଭ କରିବା ସମୟରେ ମେସେଜ କରିପାରିବେ। ଟୁଇଟର ଏହି ଅପଡେଟ ରୋଲ ଆଉଟ ଆଧାରରେ ରହିଛି। ଯାହାଦ୍ୱାରା ଏହା ସମସ୍ତ ଫୋନରେ ଧୀରେ ଧୀରେ ପହଞ୍ଚିଯିବ।
ଏହାର ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ଟୁଇଟର ଖୋଲିବା ପରେ ଡାହାଣରୁ ବାମକୁ ସ୍ୱାଇପ କରିବା ଦରକାର। ଏହାପରେ କ୍ୟାମେରା ଖୋଲିଯିବ। ଫଟୋ କିମ୍ବା ଭିଡିଓ କରିବା ସମୟରେ ସେଥିରେ ସନ୍ଦେଶ ଲେଖିପାରିବେ। ଏହାର ଅନ୍ୟ ଏକ ଫାଇଦା ମଧ୍ୟ ରହିଛି। ପୂର୍ବରୁ ଫଟୋ ଏକ ଛୋଟ ବକ୍ସରେ ଆସୁଥିଲା ଯାହା ବର୍ତ୍ତମାନ ବଡ ବକ୍ସରେ ଆସିବ। ଟୁଇଟର ମୁତାବିକ ଏହି ପ୍ରକ୍ରିୟା ନିଜର ରିଅଲ ଟାଇମ ଲେନ୍ସ ସୁବିଧା ପ୍ରଦାନ ପାଇଁ କରାଯାଇଛି।

Leave A Reply