ଯାଆଁଳା ଛୁଆକୁ ଛାଡ଼ି ମା ଛୁ !

0

ବଲାଙ୍ଗୀର: ରେଲୱେ ଷ୍ଟେସନରୁ ଯାଆଁଳା ଶିଶୁକନ୍ୟା ଉଦ୍ଧାର ହୋଇଛି। ଆଜି ସକାଳେ ଷ୍ଟେସନର ଶୌଚାଳୟ ମଧ୍ୟରୁ ଏକ ପଲିଥିନ୍ ବ୍ୟାଗରେ ଦୁଇଟି ଯାଆଁଳା ଶିଶୁକନ୍ୟା ପରିତ୍ୟକ୍ତ ଅବସ୍ଥାରେ ପଡି କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ଛୁଆଙ୍କ କାନ୍ଦ ଶବ୍ଦ ଶୁଣି ଶୌଚାଳୟକର୍ମଚାରୀ ଓ ଅନ୍ୟ ମହିଳା ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ଏନେଇ ରେଲୱେ ପୁଲିସ୍‍ ଓ ଚାଇଲ୍ଡ ହେଲପ୍‍ ଲାଇନ୍‍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଉପସ୍ଥିତିରେ ଚାଇଲ୍ଡ ହେଲପ୍‍ ଲାଇନ୍‍ ଯାଆଁଳା ଶିଶୁକନ୍ୟା ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଡାକ୍ତରଖାନା ନେଇଥିଲେ । ଦୁଇ ଜଣଙ୍କ ଓଜନ ଯଥାକ୍ରମେ ୨ କିଲୋ ୨୦୦ ଗ୍ରାମ୍‌ ଏବଂ ୧ କିଲୋ ୬୦୦ ଗ୍ରାମ୍‌ ଥିବା ବେଳେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‍ ଥିବା ଡାକ୍ତରଖାନାରୁ ଜଣାପଡିଛି। ଉଦ୍ଧାର ଯାଆଁଳା ଶିଶୁକନ୍ୟା ଏକ ମାସର ବୋଲି ଜଣାପଡିଛି।

Leave A Reply