ଏକ ଲକ୍ଷ ଅତିକ୍ରମ କଲା ଟିଭିଏସ୍ ରାଡ଼େନ ବିକ୍ରି

ହୋସୁର : ଟିଭିଏସ୍ ମୋଟର କମ୍ପାନୀର ୧୧୦ ସିସି ମୋଟରସାଇକେଲ ଟିଭିଏସ୍ ରାଡ଼େନର ବିକ୍ରି ୧ ଲକ୍ଷ ଅତିକ୍ରମ କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି । କମ୍ପାନୀ ଏହି ମୋଟର ସାଇକେଲରେ ଏକାଧିକ ନୂଆ ବ୍ୟବସ୍ଥା ସଂଯୁକ୍ତ କରିିଛି । ବଜାରକୁ ଆସିବାର ମାତ୍ର ୭ ମାସ ମଧ୍ୟରେ ଟିଭିଏସ୍ ରାଡ଼େନ ଗାଡ଼ି ପ୍ରତି ଗ୍ରାହକ ଚାହିଦା ବୃଦ୍ଧି ପାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ଟିଭିଏସ୍ ମୋଟର କମ୍ପାନୀର ମୋଟର ସାଇକେଲ, ସ୍କୁଟର ଓ କର୍ପୋରେଟ ବ୍ରାଣ୍ଡର ଉପସଭାପତି (ମାର୍କେଟିଂ) ଅନିରୁଦ୍ଧ ହାଲଦାର କହିଛନ୍ତି ଯେ, ମୋଟର ସାଇକେଲ ବ୍ୟବହାର କରୁଥିବା ଗ୍ରାହକଙ୍କ ଅନୁଭୂତି ଓ ପ୍ରତିକ୍ରିୟା ଭିତ୍ତିରେ ଟିଭିଏସ୍ ରାଡ଼େନର ବିକାଶ କରାଯାଇଛି । ବିଗତ ମାସ ମଧ୍ୟରେ ଟିଭିଏସ୍ ରାଡ଼େନ ପ୍ରତି ଗ୍ରାହକଙ୍କ ଚାହିଦା ବିଶେଷ ଭାବେ ବୃଦ୍ଧି ପାଇଛି ।

Comments are closed.