ଇଟାଲୀରେ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଟିଭି ଚ୍ୟାନେଲ୍‌ !

ରୋମ ..-  ଇଟାଲୀରେ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଟିଭି ଚ୍ୟାନେଲ ଲଞ୍ଚ କରିବା ପାଇଁ ଯୋଜନା କରାଯାଇଛି । ସରକାରୀ ପ୍ରସାରଣକାରୀ ସଂସ୍ଥା  ରାଇ   ନିଜର ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ  ଏହି ଯୋଜନା କରିଥିବା ସୂଚନା ମିଳିଛି ।

ମହିଳା ଓ ପୁରୁଷଙ୍କ ପାଇଁ ଏହି ଚ୍ୟାନେଲମାନଙ୍କରେ ପୃଥକ  କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ପରିବେଷଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏପରି କଲେ ଦର୍ଶକ ତାଙ୍କର ମନପସନ୍ଦର  କାର୍ଯ୍ୟକ୍ରମ ଦେଖିପାରିବେ । ବିଜ୍ଞାପନଦାତା ତାଙ୍କ ମନ ମୁତାବକ ଚ୍ୟାନେଲକୁ ନିଜର ବିଜ୍ଞାପନ ଦେଇ ପାରିବେ  । ଏହାକୁ ଇଟାଲୀରେ ଅନେକ ଲୋକ ବିରୋଧ କରିଛନ୍ତି । କିଛି ମହିଳା ସଙ୍ଗଠନ ରାଇର ଏପରି ନିଷ୍ପତ୍ତିକୁ  ବିରୋଧ କରିଛନ୍ତି । ଏପରି କଲେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇବ ବୋଲି ମହିଳା ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି ।

Comments are closed.