ତୃଷାତର ତୃଷା ମେଣ୍ଟାଉଛନ୍ତି ଟ୍ୟୁବୱେଲ ଚାଚୀ

0

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଦୀର୍ଘ ପାଞ୍ଚ ବର୍ଷ ଧରି ବର୍ଷା ହେଉନାହିଁ। ଏଠାକାର ଲୋକମାନେ ପାଣିପାଇଁ ହାହାକାର କରୁଛନ୍ତି। ଏହି ଲୋକମାନଙ୍କ ସହଯୋଗ କରିବାପାଇଁ କିଛି ମହିଳା ଅଣ୍ଟା ଭିଡିଛନ୍ତି। ଏମାନଙ୍କୁ ସେହି ସ୍ଥାନରେ ଲୋକମାନେ ଟ୍ୟୁବୱେଲ ଚାଚୀ ନାମରେ ଡାକୁଛନ୍ତି। ଏଠାକାର ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ପାଣିପାଇଁ ସଂକଟ ଦେଇ ଗତି କରୁଛନ୍ତି , ସେମାନଙ୍କୁ ଏହି ମହିଳାମାନେ ସହାୟତା କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ମହିଳାମାନେ ସକାଳୁ ନିଜର ଘର କାମ ଶେଷକରି ହାତୁଡି ଓ ବିଭିନ୍ନ ଟ୍ୟୁବୱେଲ ସଜାଡିବା ସାମଗ୍ରୀ ଧରି ବିଭିନ୍ନ ଗାଁ କୁ ଯାଉଛନ୍ତି। ଯେଉଁ ଗ୍ରାମର ଟ୍ୟୁବୱେଲ ଖରାପ ହୋଇଛି ସେହି ଗ୍ରାମରେ ଏହି ମହିଳାମାନେ ପହଞ୍ଚି ଟ୍ୟୁବୱେଲ ସଜାଡୁଛନ୍ତି। ଘରଠୁ ୫୦ କିମି ଦୂରକୁ ଯାଇ ମଧ୍ୟ ଏହି ମହିଳାମାନେ ଟ୍ୟୁବୱେଲ ସଜାଡୁଛନ୍ତି। ତେଣୁ ଏହି ମହିଳା ସମୁଦାୟଙ୍କୁ ଟ୍ୟୁବୱେଲ ଚାଚୀଙ୍କ ନାମରେ ପରିଚିତ।
ଟ୍ୟୁବୱେଲ ଚାଚୀ କହିବାମୁତାବକ, ଆମ ଅଞ୍ଚଳରେ ପାଣିର ପରିମାଣ ବହୁତ କମ। ଟ୍ୟୁବୱେଲ ହିଁ ଗୋଟିଏ ମାଧ୍ୟମ ଯାହା ଦ୍ୱାରା ଲୋକମାନେ ପାଣି ପାଇଥାନ୍ତି। ତେଣୁ, ଆମେ ଯେଉଁଠି ଟ୍ୟୁବୱେଲ ଖରାପ ହୋଇଛି ବୋଲି ଶୁଣୁଛି ସେଠି ପହଞ୍ଚି ଲୋକଙ୍କ ଟ୍ୟୁବୱେଲ ସଜାଡୁଛି। ବର୍ତ୍ତମାନ ସୁଦ୍ଧା ଏହି ମହିଳାମାନେ ସମୁଦାୟ ୧୦୦ରୁ ଊର୍ଦ୍ଧ୍ବ ଟ୍ୟୁବୱେଲ ସଜାଡୁଛନ୍ତି।

Leave A Reply