ପ୍ରେମ ଓ ପ୍ରତାରଣା: ଥାନା ଭିତରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ମାରପିଟ

0

କଟକ: କଟକ ସହରରେ ଥିବା ମଧୁପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖଥିବାକୁ ମିଳିଛି । ଏକ ପ୍ରେମ ଜନିତ ବିବାଦକୁ ସମାଧାନ କରିବା ପାଇଁ ଆସିଥିବା ଦୁଇ ପକ୍ଷର ଲୋକଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବାରୁ ମାରପିଟ ହୋଇଛି ।

ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡାର ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଯୁବତୀ ଜଣଙ୍କ ଯୁବକଙ୍କ ଘର ସାମ୍ନାରେ ୨ ଦିନ ହେଲା ଧାରଣାରେ ବସିଥିଲେ। ଥାନାରେ ଏ ବିଷୟରେ ଅଭିଯୋଗ ହେବାପରେ ପୁଲିସ ୨ ପକ୍ଷର ଲୋକଙ୍କୁ ବୁଝାମଣା ପାଇଁ ଥାନାକୁ ଡକାଇଥିଲା। ହେଲେ ସେଠାରେ ଏହି ଦୁଇ ପକ୍ଷର ଲୋକଙ୍କ ମଧ୍ୟରେ କଥା କଟା କଟି ପରେ ମାରପିଟ ହୋଇଥିଲା। ଉଭୟ ପକ୍ଷରୁ ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply