“ସମାଜ”ର ପ୍ରଭାବ- ପିଲାମାନେ ଖୁସି

"ଭଙ୍ଗା ନଳକୂପ, ବିଦ୍ୟାର୍ଥୀ ହନ୍ତସନ୍ତ" ଶୀର୍ଷକ ଖବର "ସମାଜ"ରେ ପ୍ରକାଶ ପରେ

ତୁମୁଡିବନ୍ଧ: ତୁମୁଡିବନ୍ଧ ବ୍ଲକ ଠାରୁ ୩୭ କିମି ଘାଟି ପାହାଡ଼ ଭିତରେ ଥିବା ବିଲମାଳ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୁମାମାସ୍କା ରେ ଏକମାତ୍ର  ନଳକୂପ ଅଚଳ ହୋଇ ଦୀର୍ଘ ଦିନରୁ ପଡ଼ି ରହିଥିଲା। ପାଣିଟିକେ ପିଇବା ପାଇଁ ପିଲାମାନଙ୍କୁ ଏଣେ ତେଣେ ଯିବାକୁ ପଡୁଥିଲା। ମରାମତି ପାଇଁ ଶିକ୍ଷକ ତଥା ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ ନଳକୂପ ମରାମତି ହେଉନଥିଲା। କିଛି ଗ୍ରାମବାସୀ ଏନେଇ ସମାଜର ତୁମୁଡିବନ୍ଧ ପ୍ରତିନିଧି ଙ୍କୁ ଖବର ଦେବା ପରେ ଗତକାଲି “ଭଙ୍ଗା ନଳକୂପ, ବିଦ୍ୟାର୍ଥୀ ହନ୍ତସନ୍ତ” ଶୀର୍ଷକ ଖବର “ସମାଜ”ରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପଢ଼ି ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସ ନିଜେ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ। ଅବିଳମ୍ବେ ନଳକୂପ ମରାମତିର ଦିୟୀତ୍ୱ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗ ତରଫରୁ ଏକ ଟିମ ବିଦ୍ୟାଳୟରେ ପହଞ୍ଚି ନଳକୂପ ମରାମତି କରିବା ସହ ବିଦ୍ୟାଳୟରେ ପାଠପଢୁଥିବା କୁନି କୁନି ପିଲାମାନଙ୍କ ମନରେ ଖୁସି କରିବାରେ ସକ୍ଷମ ହୋଇଥିଲେ। ଗ୍ରାମବାସୀ ଓ ଶିକ୍ଷକ ମାନେ ଦୈନିକ ଖବର କାଗଜ “ସମାଜ” ଓ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ। ବିଦ୍ୟାଳୟର ପରିସର ଭିତରେ ପିଇବା ପାଣି ପାଇବା ପରେ ପିଲାମାନେ  ବେଶ ଖୁସି ଅଛନ୍ତି ।

Comments are closed.