ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ପ୍ରଥମ ହିନ୍ଦୁ ମହିଳା ତୁଳସୀ ଗବାର୍ଡ

0

ନ୍ୟୁୟର୍କ . – ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଦୌଡରେ ଜଣେ ହିନ୍ଦୁ ମହିଳା  ସାମିଲ ହୋଇଛନ୍ତି ।  ତୁଳସୀ ଗାବାର୍ଡ ନାମକ ଏହି ମହିଳା  ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ  ନିର୍ବାଚନୀ ପ୍ରତିଦ୍ୱନ୍ଦୀତାରେ ସାମିଲ ହୋଇଛନ୍ତି  ।

୩୭ ବର୍ଷୀୟା ତୁଳସୀ ପ୍ରଥମ ହିନ୍ଦୁ ଭାବେ ଆମେରିକା କଂଗ୍ରେସକୁ ନିର୍ବାଚିତ  ହୋଇଛନ୍ତି । ସେ ଆମେରିକାନ ସାମୋଆର ଓ ହାଓ୍ୱାଇରୁ ଡେମୋକ୍ରାଟିକ ଦଳର ସଦସ୍ୟଭାବେ ଆମେରିକା କଂଗ୍ରେସ(ସଂସଦ)କୁ ନିର୍ବାଚିତ ହୋଇଛନ୍ତି  । ତୁଳସୀ ଇରାକରେ ଯୁଦ୍ଧ ସମୟରେ ଆମେରିକାର ସେନାବାହିନୀରେ ନିୟୋଜିତ ଥିଲେ ।

ଆମେରିକାର ଖବର ପ୍ରସାରଣକାରୀ ସଂସ୍ଥା ସିଏନ୍‌ଏନ୍‌କୁ ଦେଇଥିବା ଏକ ସାକ୍ଷାତକାରରରେ ତୁଳସୀ ଏ ବିଷୟରେ ସୂଚନା ଦେଇଛନ୍ତି  । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏବିଷୟରେ ଘୋଷଣା କରିବେ । ତୁଳସୀଙ୍କୁ ଡେମୋକ୍ରାଟିକ ପାର୍ଟର ଅନେକ ସଦସ୍ୟ ସମର୍ଥନ କରୁଛନ୍ତି । ତୁଳସୀଙ୍କୁ ଡେମୋକ୍ରାଟିକ ପାର୍ଟିର ଅନ୍ୟ ସଦସ୍ୟା ଏଲିଜାବେଥ୍‌ ଓ୍ୱାରେନ କଡା ଟକ୍କର ଦେବେ । ସେ ମଧ୍ୟ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଅଛନ୍ତି ।  ଡୋମୋକ୍ରାଟିକ ପାର୍ଟିର ସିନେଟର୍‌ କମଳା ହାରିସ୍‌, କୋରି ବୁକର୍‌, କ୍ରିଷ୍ଟେନ ଗିଲିବ୍ରାଣ୍ଡ , ପୂର୍ବତନ ରାଷ୍ଟ୍ରପତି ଜୋଇ ବିଡେନ୍‌, ଜୁଲିଆନ୍‌ କାଷ୍ଟ୍ରୋ ଏହା ଦୌଡରେ ଅଛନ୍ତି ।

ଡେମୋକ୍ରେଟିକ ପାର୍ଟି  , ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଏବେ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ଦେବ

Leave A Reply