୫ ଛାତ୍ରୀଙ୍କୁ ବଳାତ୍କାର ପରେ ବ୍ଲାକମେଲ୍‍ : ଟ୍ୟୁସନ ଶିକ୍ଷକ ଗିରଫ

0

ଦେବଗଡ: ଟ୍ୟୁସନ ପଢୁଥିବା ୫ ଜଣ ଛାତ୍ରୀଙ୍କୁ ବଳାତ୍କାର ଓ ଏହାର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ କୁଣ୍ଢେଇଗୋଳ ଥାନା ପୁଲିସ ଆଜି ରବୀନ୍ଦ୍ର ସାହୁ ନାମକ ଜଣେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି। ପୁଲିସ ନାବାଳିକା ଛାତ୍ରୀଙ୍କର ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନାକୁ ପଠାଇଛି। କୁଣ୍ଢେଇଗୋଳା ଥାନା ଅଞ୍ଚଳର ରବୀନ୍ଦ୍ର ସାହୁ(୪୪)ପ୍ରାୟ ୩ ବର୍ଷ ହେଲା ନିଜ ଘରେ ସ୍କୁଲପିଲାଙ୍କୁ ଟ୍ୟୁସନ ପଢାଉଥିଲେ। ଟ୍ୟୁସନ ପଢୁଥିବା କିଛି ଛାତ୍ରୀଙ୍କୁ ଉକ୍ତ ଶିକ୍ଷକ ଜଣକ ବଳାତ୍କାର କରିଥିବାର ସେମାନେ ପରିବାରବର୍ଗଙ୍କୁ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଶିକ୍ଷକଜଣକ ଛାତ୍ରୀଙ୍କ ଭିଡିଓ ଉତ୍ତୋଳନ କରି ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକମେଲ କରୁଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜନୈକ ଅଭିଭାବକ ଗତ ସୋମବାର ଦିନ କୁଣ୍ଢେଇଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ବଳାତ୍କାର ଏବଂ ପୋକ୍ସୋ ଭଳି ଗୁରୁତର ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫ କରିଛି।

Leave A Reply