ମଙ୍ଗଳବାର ରାଶିଫଳ

ମେଷ: ମାନସିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ। ଅଜାତ ଶତ୍ରୁ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ।
ବୃଷ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ତେଜସ୍ୱୀ ହେବେ।
ମିଥୁନ: ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଜଣେ ଉତ୍ତମ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହୋଇପାରନ୍ତି।
କର୍କଟ: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି।ା ମଧୁର ଭାଷୀ ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି।ା ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।
ସିଂହ: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ସହନଶୀଳ, ଶାନ୍ତପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ସ୍ତ୍ରୀ ବିଳାସୀ ହେବେ। ଶତ୍ରୁ ସୁଖ ଲାଭ କରିପାରନ୍ତି। ବ୍ୟବସାୟରୁ ଲାଭ ମିଳିବ।
କନ୍ୟା: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବିଜୟୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବାର ସୂଚନା ମିଳୁଛି।
ତୁଳା: ଅଳ୍ପକେ ରକ୍ଷା ପାଇଯିବେ। ଋଣଗ୍ରସ୍ତ ହୋଇପାରନ୍ତି। ଥଣ୍ଡାକଫ ପୀଡ଼ା ଭୋଗ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତପ୍ରିୟ ହେବେ। ମଧୁରଭାଷାରେ ଶତ୍ରୁକୁ ବଶ କରି କରିପାରନ୍ତି। ରାଜଯୋଗ ଅଛି। ଧାର୍ମିକ, ସାହସୀ ଓ ଜ୍ଞାନୀ ହେବେ।
ବିଛା: କାର୍ଯ୍ୟ ସୁରୁଖୁରୁରେ ଚାଲିବ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ୱୀ ହେବେ। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ସନ୍ତାନ ଗୁଣୀ ହେବେ। ସମ୍ପତ୍ତିବାନ୍‍ ହେବା ଆଶାକରାଯାଏ।
ଧନୁ: ତୀର୍ଥ ଭ୍ରମଣ ଯୋଗ ଅଛି। କର୍ମ ଚଞ୍ଚଳ ରହିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହଭାବ ରହିବ।
ମକର: ସ୍ୱାସ୍ଥ୍ୟ ଅତୁଟ ରହିବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
କୁମ୍ଭ: ତୀର୍ଥ ଭ୍ରମଣ ଯୋଗ ଅଛି। ଶାରୀରିକ ପୀଡ଼ା ଅନୁଭବ କରିବେ। ସ୍ୱାଭିମାନୀ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ। ସହଯୋଗୀ ବ୍ୟବସାୟ ଲାଭଜନକ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣ କରିବା ନିଷେଧ।
ମୀନ: ଅଭାବରୁ ମୁକ୍ତି ମିଳିବ। ବନ୍ଧୁ ସୁଖ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହୀ ହେବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ବିନା ପରାମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବା ସମ୍ଭବ ନୁହେଁ।

Comments are closed.