ଗୁରୁବାର ରାଶିଫଳ

0

ମେଷ: ପ୍ରଭାବଶାଳୀ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଅଗ୍ରାଧିକାର ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟ ପ୍ରତି ଦୃଷ୍ଟି ଦେବେ।
ବୃଷ: ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ହାସ୍ୟ ମୁଖରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ ହେବେ। ବିବାଦରେ ବିଜୟୀ ହେବେ।
ମିଥୁନ: ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।
କର୍କଟ: ପ୍ରତିଯୋଗିତାରେ ବିଜୟୀ ହେବେ। ଆବଶ୍ୟକ ଥିବା ଦ୍ରବ୍ୟର ସୂଚନା ମିଳୁଛି। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ଲାଭ ହେବ।
ସିଂହ: ବାଧା ବିଘ୍ନକୁ ଏଡାଇ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି। ବ୍ୟୟଭାର ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହେବେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧାର୍ମିକ ହେବେ।
କନ୍ୟା: ନିଜର ତ୍ରୁଟି ବୁଝିପାରି ସଂଶୋଧନ କରିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସମ୍ମାନ ମିଳିବ।
ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଲୋକପ୍ରିୟ ହେବେ।
ବିଛା: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଭାଗ୍ୟବାନ ହେବେ। ଦିନଟି ଭୋଗ ବିଳାସମୟ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି।
ଧନୁ: ଅର୍ଥ ଚିନ୍ତା ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ନ କରିବା ଭଲ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ।
ମକର: କଥାବାର୍ତ୍ତାରେ ସଂଯମତା ନ ରଖିଲେ ଗୃହଲୋକଙ୍କ ବିରାଗ ଭାଜନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ଆଗ୍ରହୀ ହେବେ। ଶାନ୍ତି ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।
କୁମ୍ଭ: ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। କର୍ତ୍ତବ୍ୟନିଷ୍ଠ ହେବେ। ସନ୍ମାର୍ଗୀ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି।
ମୀନ: କର୍ମକ୍ଷେତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ଅଧିକ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲଟେରିରେ ବିଜୟୀ ହେବା ଆଶା କରାଯାଏ।

Leave A Reply