ମଙ୍ଗଳବାର ରାଶିଫଳ

ମେଷ: ଦୂରଯାତ୍ରା ଶୁଭଫଳଦାୟକ ହେବ। ସୁଖ, ସମ୍ମାନ ଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଜ୍ଞ ବ୍ୟକ୍ତି ବିଶେଷରେ ପରିଗଣିତ ହୋଇପାରନ୍ତି।
ବୃଷ: ଭବିଷ୍ୟତ ପାଇଁ କର୍ମ ପନ୍ଥା ସ୍ଥିର କରିବେ। ଶ୍ରମ ସଫଳ ହେବ। ଦୁଶ୍ଚିନ୍ତା ଦୂର ହୋଇପାରେ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସନ୍‌ମାର୍ଗୀ ହେବେ। ଦାନ-ଧର୍ମକୁ ଅଗ୍ରାଧିକାର ଦେବେ।
ମିଥୁନ: ପଡ଼ୋଶୀଙ୍କ ସହ ସୁସମ୍ପର୍କ ରହିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସତ୍‍ପଥଗାମୀ ହେବେ। ଧାର୍ମିକ ଭାବନାରୁ ସୁଫଳ ମିଳିବ। କୀର୍ତ୍ତିମାନ ହେବେ। ପ୍ରିୟ ଭାଷା ବ୍ୟବହାର କରି ସବୁରି ପ୍ରିୟ ପାତ୍ର ହେବେ।
କର୍କଟ: ଅବାଞ୍ଛିତ ଘଟଣା ଘଟିପାରେ। ଧନହାନି ଘଟିପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବ୍ୟୟ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱଳ୍ପଧନ ମିଳିପାରେ।
ସିଂହ: ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଧନ-ଜନ-ଗୋପ-ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
କନ୍ୟା: ପରିବାରଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ହର୍ଷ-ଉଲ୍ଲାସ ଭିତରେ ଦିନଟି ଅତିବାହିତ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ତୁଳା: ଅଯାଚିତ ସାହାଯ୍ୟ ମିଳିପାରେ। ପ୍ରଭାବଶାଳୀ ହୋଇପାରନ୍ତି। ପାପମୋଚନ ପାଇଁ ତୀର୍ଥ ଭ୍ରମଣ କରିପାରନ୍ତି। ଜଣେ ମହାମନୁଷ୍ୟର ମର୍ଯ୍ୟାଦା ପାଇବେ। ନିଜ ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ପିତାମାତାଙ୍କୁ ଭକ୍ତି କରିବେ।
ବିଛା: ଉପୁଜିଥିବା ସଙ୍କଟ ଦୂର ହେବ। ବିପଦମୁକ୍ତ ହୋଇପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ବିଶିଷ୍ଟ ବ୍ୟକ୍ତିର ମର୍ଯ୍ୟାଦା ଲାଭ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବେ।
ଧନୁ: ପ୍ରାୟତଃ ଲାଭବାନ୍‍ ହୋଇପାରନ୍ତି। ଉଚ୍ଚସମ୍ମାନ ଲାଭ କରିପାରନ୍ତି। ଜଣେ ପତିବ୍ରତା ଅଥବା ପତ୍ନୀ ପରାୟଣ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‍ ହେବେ। ସକଳଗୁଣର ଆଧାର ହେବେ। ସୁଖୀ ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମକର: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଧନବାନ୍‍ ହେବାର ସୂଚନା ମିଳୁଛି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବା ସହିତ ସାହାଯ୍ୟପ୍ରାପ୍ତ ହେବେ। ଧାର୍ମିକ ବ୍ୟକ୍ତିଭାବେ ଜନାଦୃତ ହୋଇପାରନ୍ତି। ବିଦ୍ୟାବାନ୍‍ ହେବେ। ସର୍ବଦା ପ୍ରୀତିଯୁକ୍ତ ହେବେ।
କୁମ୍ଭ: ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି। କାହାରି ଚାପର ବଶବର୍ତ୍ତୀ ନ ହୋଇ ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁ ଜୁଟିବେ।
ମୀନ: ବନ୍ଧୁ ସହଯୋଗ ମିଳିପାରେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। ନୀତି-ନିୟମରେ ପରିଚାଳିତ ହେବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ଜନବଲ୍ଲଭ ଭାବେ ସାମାଜିକ ସ୍ତରରେ ଉଚ୍ଚସମ୍ମାନ ମିଳିବ।

Comments are closed.