ମଙ୍ଗଳବାର ରାଶିଫଳ

0

ମେଷ: ମନରେ ଉଦ୍‍ବେଗ ଜାତ ହୋଇପାରେ। ସତ୍ୟକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ପୁତ୍ର ସୁଖ ମିଳିବ। ପତିବ୍ରତା ପତ୍ନୀଙ୍କର ସହଯୋଗ ମିଳିବ। ଧନ-ଧାନ୍ୟର ଅଧିକାରୀ ହୋଇପାରନ୍ତି। ନଗଦ ଅର୍ଥ ମିଳିପାରେ।
ବୃଷ: ବିବାଦୀୟ ପରିସ୍ଥିତ ଉପୁଜି ପାରେ। ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି। ହସ, ଖୁସି ଲାଗି ରହିବ। ଚେଷ୍ଟା ଫଳବତୀ ହେବ। ସ୍ତ୍ରୀଧନ ହେତୁ ସୁଖୀ ହୋଇ ପାରନ୍ତି। ମନ୍ତ୍ରଣାଦାତା ହେବେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।
ମିଥୁନ: ଆଶାବାଦୀ ହେବେ। ଆତ୍ମବଡ଼ିମା ଦେଖାଇ ପାରନ୍ତି। ମନରେ ଉତ୍ସାହବୋଧ ରହିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବୁଦ୍ଧିମାନ୍‍ ହେବେ। ଧନ ସହିତ ସରକାରୀ ମାନ୍ୟତା ମିଳିବ। ବିବାହ ବିଳମ୍ବିତ ହୋଇପାରେ।
କର୍କଟ: କର୍ମ ଓ ଦାୟିତ୍ୱରେ ପରିବର୍ତ୍ତନ ଘଟିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଆଜି ଦିନର ସ୍ଥିତି ବିବାଦୀୟ ହୋଇପାରେ। ବହୁ ଉତ୍ତମ ମିତ୍ର କିମ୍ବା ପୁତ୍ର ଲାଭର ସୂଚନା ମିଳୁଛି। ଧର୍ମାସକ୍ତ ଓ ମତିମାନ୍‍ ହେବେ। ସୁଖଭୋଗ କରିବେ।
ସିଂହ: ଶତ୍ରୁର ଉପସ୍ଥିତ ନେଇ ମନରେ ଉଦ୍‍ବେଗ ଜାତ ହୋଇପାରେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ୍‍ ହେବେ। ସରକାରଙ୍କ ଦ୍ୱାରା ସମ୍ମାନିତ ହେବେ। ସର୍ବତ୍ର ସୁଖ, ବିଜୟ ଓ ମାନସିକ ଅଶାନ୍ତି ଦୂର ହେବ।
କନ୍ୟା: ଯାତ୍ରାଦିରେ ଶୁଭେଚ୍ଛୁମାନଙ୍କ ସହିତ ସମ୍ମିଳିତ ହୋଇପାରନ୍ତି। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ସତ୍‍କର୍ମରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି।
ତୁଳା: ହେଳା ନକରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କଲେ ସଫଳତା ମିଳିବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ସକଳ ଗୁଣଯୁକ୍ତ ଓ ସୁଖୀ ହୋଇପାରନ୍ତି। ନିରୀହ ସ୍ୱଭାବର ହେବେ। ପ୍ରମାଦ ହୀନ ହୋଇପାରନ୍ତି।
ବିଛା: ସୁଖ ମିଳିବ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପରୋପକାରୀ ହେବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
ଧନୁ: ଆୟରେ ଧୀରେ ଧୀରେ ଉନ୍ନତି ଘଟିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଉପୁଜିଥିବା ସଙ୍କଟ ଦୂର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ନାନା ବିଭବରେ ମଣ୍ଡିତ ହେବେ। ସୁଖ ଭୋଗ କରିବେ।
ମକର: ଚିନ୍ତା ମୁକ୍ତ ହେବେ। ସ୍ୱଳ୍ପ ଆୟର ସୂଚନା ମିଳୁଛି। ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ମିଳିବ। ମନ ଫୁର୍ତ୍ତି ରହିବ। ବ୍ୟବସାୟ ଧୀରେ ଧୀରେ ବଢ଼ିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମାନ-ସମ୍ମାନର ଅଧିକାରୀ ହେବେ। ସାମାଜିକ ଆଦର ମିଳିବ।
କୁମ୍ଭ: ଆୟ ସାମାନ୍ୟ ପରିମାଣର ହେବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଶୁଭ ଖବର ପାଇ ଖୁସି ହେବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ।
ମୀନ: ହଜିଥିବା ଦ୍ରବ୍ୟର ସନ୍ଧାନ ମିଳିବ। ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ବିନୟୀ ହେବେ। ପୌରଷ ଯୁକ୍ତ ହେବେ।

Leave A Reply