ମଙ୍ଗଳବାର ରାଶିଫଳ

ମେଷ: ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଭାଗ୍ୟବାନ୍‌ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ସହନଶୀଳ ଓ ଶାନ୍ତି ପ୍ରିୟ ହେବେ। ବନ୍ଧୁ ସୁଖ ମିଳିପାରେ।
ବୃଷ: ସୁଖରେ ଦିନଟି ଅତିବାହିତ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁଷମ ଖାଦ୍ୟ ଖାଇ ତୃପ୍ତ ହେବେ। ଐଶ୍ଚର୍ଯ୍ୟଯୁକ୍ତ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି।
ମିଥୁନ: ମନରେ ଉଦ୍​ବେଗ ଜାତ ହୋଇପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ଗୁପ୍ତ ବିଦ୍ୟା ପ୍ରତି ରୁଚି ବଢ଼ିବ।
କର୍କଟ: ନୂତନ କାର୍ଯ୍ୟ ଆନନ୍ଦଦାୟକ ହେବ। ଧନ ଲାଭର ସୁଯୋଗ ଜୁଟୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ।
ସିଂହ: ମନର ବ୍ୟାକୁଳତା ଦୂର ହେବ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସୁଖ ମିଳିବ।
କନ୍ୟା: କାର୍ଯ୍ୟ ଆନନ୍ଦଦାୟକ ହେବ। ସେବାରେ ନିୟୋଜିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ବିଦ୍ବାନ୍‌ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଶୀଳା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ। ଧର୍ମାତ୍ମା ଓ ପ୍ରବାସୀ ହେବେ।
ତୁଳା: ସାମୟିକ ଭାବେ ସୁଖୀ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା: ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପାଦେୟ ହେବ। ବନ୍ଧୁ ସୁଖ ମିଳିବ।
ଧନୁ: ମନ​‌ରେ ସାହସ ସଞ୍ଚୟ କରି କାର୍ଯ୍ୟ କରିବେ। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।
ମକର: ମନଯୋଗ ସହକାରେ କାର୍ଯ୍ୟ କରିବେ। ଦୂରଦୃଷ୍ଟି ସମ୍ପନ୍ନ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
କୁମ୍ଭ: ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଉପୁଜି ଥିବା ମାନ-ମନାନ୍ତର ଦୂର ହେବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।
ମୀନ: ଯାତ୍ରାଦିରୁ ଆନନ୍ଦ ମିଳିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ସୁଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ।

Comments are closed.