ଟ୍ରମ୍ପଙ୍କ ନୂଆ ଇଚ୍ଛା; ମଧ୍ୟସ୍ଥତା ନୁହେଁ, ସହାୟତା ପାଇଁ ଆଗ୍ରହୀ

0

ୱାଶିଂଟନ: ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦରେ ହସ୍ତକ୍ଷେପ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଉଦ୍ୟମ କରିଆସିଛନ୍ତି। କିନ୍ତୁ ଭାରତ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଇଛି। ଏହା ପରେ ସେ ପୁଣି ଥରେ ତାଙ୍କ ନୂଆ ଇଚ୍ଛାକୁ ପ୍ରକାଶ କରିଛନ୍ତି। ଏଥର ସେ ଆଉ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇ ନାହାନ୍ତି, ବରଂ କାଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଭାରତ ଏବଂ ପାକିସ୍ତାନକୁ ସହାୟତା କରିବାକୁ ସେ ଇଚ୍ଛୁକ ଥିବା କହିଛନ୍ତି। ଯଦି ଉଭୟ ଦେଶ ଚାହାନ୍ତି, ତେବେ ସେ ସହାୟତା କରିବେ ବୋଲି ଟ୍ରମ୍ପ ଜଣାଇଛନ୍ତି।

ତେବେ ଟ୍ରମ୍ପଙ୍କ ଏହି ‘ସହାୟତା’ ଶବ୍ଦ ମଧ୍ୟରେ ବି ଅନେକ ଦ୍ବନ୍ଦ୍ବ ରହିଛି। କାରଣ ସେ ଗୋଟିଏ କଥାକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶ କରିଥାନ୍ତି। ଯେମିତିକି ‘ହସ୍ତକ୍ଷେପ’ ଶବ୍ଦ ବଦଳରେ ‘ମଧ୍ୟସ୍ଥତା’ ଏବଂ ‘ସହାୟତା’। କିନ୍ତୁ ସବୁଗୁଡ଼ିକ ପଛରେ ଗୋଟିଏ ଉଦ୍ଦେଶ୍ୟ ଥାଏ। ସେ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ତେଣୁ ସେ ପ୍ରଥମେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଥିବା କହିଥିଲେ। ଭାରତ ଏହାକୁ ବିରୋଧ କରିବାରୁ ବର୍ତ୍ତମାନ ସେ ତାହାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ‘ସହାୟତା’ ଶବ୍ଦ ପ୍ରୟୋଗ କରିଥିବା କୁହାଯାଉଛି। ମାତ୍ର ଏହା ମଧ୍ୟ ତାଙ୍କ ହସ୍ତକ୍ଷେପକୁ ବୁଝାଉଛି। ପୂର୍ବରୁ ମଧ୍ୟ ସେ ଅନେକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଲାଗି ‘ସହାୟତା’କୁ ବିକଳ୍ପ ଶବ୍ଦ ଭାବେ ପ୍ରୟୋଗ କରିଥିବା ନଜିର ରହିଛି।

Leave A Reply