ହ୍ବାଇଟ ହାଉସରେ ଦୀପାବଳି, ରାଷ୍ଟ୍ରପତି ଟ୍ରମ୍ପ ଜଣାଇଲେ ଶୁଭକାମନା

ୱାଶିଂଟନ: ଆମେରିକାର ହ୍ବାଇଟ ହାଉସରେ ଦୀପାବଳି ପାଳନ କରାଯାଇଛି। ଏହାସହ ଆମେରିକା ରାଷ୍ଟପତି ଡୋନାଲ ଟ୍ରମ୍ପ ଶୁକ୍ରବାର ହିନ୍ଦୁ, ଜୈନ, ଶିଖ୍ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ, ଏହି ପର୍ବ ଦର୍ଶାଉଛି କି ଆମେରିକାରେ ମଧ୍ୟ ସବୁ ବର୍ଗର ଲୋକଙ୍କୁ ଧାର୍ମିକ ସ୍ବାଧୀନତା ମିଳୁଛି। ଧାର୍ମିକ ସ୍ବାଧୀନତା ଆମେରିକାର ଏକ ସିଦ୍ଧାନ୍ତ ମଧ୍ୟ ଅଟେ। ଏହାପୂର୍ବରୁ ଟ୍ରମ୍ପ ପ୍ରଥମେ ଓବାଲ କାର୍ଯ୍ୟାଳୟ ଭାରତ ଏବଂ ଆମେରିକା ସମୁଦାୟ ଲୋକମାନଙ୍କ ସହ ଦୀପାବଳିର ଆନନ୍ଦ ନେଇଥିଲେ। ଏହି ଅବସର‌ରେ ଟ୍ରମ୍ପ କହିଥିଲେ ତାଙ୍କ ପ୍ରଶାସନ ସମ୍ବିଧାନର ଅନୁଚ୍ଛେଦ ସମସ୍ତ ଧର୍ମର ଲୋକଙ୍କୁ ସମାନ ଅଧିକାର  ରକ୍ଷା କରିବା ଦିଗରେ ଯନ୍ନବାନ ରହିବ। ଟ୍ରମ୍ପ ଦୀପାବଳୀ ପାଳନ ଅବସରରେ କହିଥିଲେ ଆମେରିକା ଏବଂ ସମଗ୍ର ବିଶ୍ବରେ ରହୁଥିବା ହିନ୍ଦୁ ,ଜୈନ,ଶିଖ୍ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ପର୍ବ ଏକ ବହୁତ ବଡ ପର୍ବ। ଏହି ପର୍ବ ଅନ୍ଧକାରକୁ ଦୂରେଇ ଆଲୋକ ଓ ଆନନ୍ଦର ପର୍ବ, ଅଜ୍ଞାନ ଉପରେ ଜ୍ଞାନ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବର୍ତ୍ତା ଦେଇଥାଏ।

Comments are closed.