ଆସନ୍ତା୨୦ରୁ ଦେଶ ବ୍ୟାପୀ ଟ୍ରକ ଧର୍ମ ଘଟ

0

ଅନୁଗୁଳ: ଦେଶ ର ୯୦ଲକ୍ଷ ଟ୍ରକ ମାଲିକ ଆସନ୍ତା୨୦ରୁ ଛଅ ଦଫା ଦାବି ନେଇ ଟ୍ରକ ଚଳାଚଳ ବନ୍ଦ କରିବେ ବୋଲି ସର୍ବ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ ଅଧ୍ୟକ୍ଷ କୁଲ ରତନ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଡିଜେଲ ଦର ହ୍ରାସ, ଜାତୀୟ ରାଜପଥ ଉପରୁ ଟୋଲ ଗେଟ ଉଚ୍ଛେଦ, ବୀମା ରାଶି ହ୍ରାସ, ଡିଜେଲ କୁ ଜି ଏସ ଟି ପରିସର ଭୁକ୍ତ କରିବା  ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି ।

ଏହି ବୈଠକରେ ରାଜ୍ୟ ଟ୍ରକ ଫେଡରେସନ ସଭାପତି ବିଭୁତି ପ୍ରସାଦ ଦାସ, ସମ୍ପାଦକ ରବିନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅନଗୁଳ ଜିଲା ର ନାଲକୋ ଠାରେ ଶୁକ୍ରବାର ଆୟୋଜିତ ସଭାରେ ଅବସର ରେ ଏହି  ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply