ରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ

0

କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ୪୫ ନମ୍ବର ଜାତୀୟ ରାଜପଥର ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ହଠାତ୍ ଜଳିଉଠିଛି । ବେଟାରୀ ସଟ୍ ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଟ୍ରକ୍ ଡ୍ରାଇଭର ଓ ହେଲପର ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରକରେ ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲପର ଗାଡି ରୁ ତୁରନ୍ତ ତଳକୁ ଓହ୍ଲେଇ ପଡ଼ିଥିଲେ। ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ କରିଥିଲା । ହେଲେ ସେତେବେଳକୁ ଗାଡି ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Leave A Reply