କାର-ବାଇକ ମୁହାମୁହିଁ ଧକ୍କା, ଜଣେ ମୃତ

0

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କିର୍ତ୍ତନପୁର ଠାରେ ବୁଧବାର ସକାଳେ ଏକ ବାଇକ ଓ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କାହୋଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କଙ୍କଡ଼ାହାଡ ଥାନା ଅନ୍ତର୍ଗତ କନ୍ଧରା ଗ୍ରାମର ଭରତ ସିଂହ ଓ ଆରାଇ ସିଂହ ଏକ ବାଇକରେ କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣୀ ଅଭିମୁଖେ ଯାଉଥିଲେ । ଏହି ସମୟରେ କଙ୍କଡାହାଡରୁ ଏକ କାର ଆସୁଥିଲା। କିର୍ତ୍ତନପୁର ନିକଟରେ ଦୃତଗତିରେ ଆସୁଥିବା କାର ସହିତ ବାଇକ ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଭରତ ସିଂହଙ୍କର ମୃତ୍ୟୁ ଘଟିଥିଲା। ଆରାଇ ସିଂହ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇ ଜଙ୍ଗଲ ଭିତରେ ଅଟକି ରହିଛି। ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply