ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ବାଇକ୍ ଆରୋହୀ ମୃତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଏନ୍ଏଚ୍ ୪୯ କୁରେମାଲ ଠାରେ ଜଣେ ଯୁବକ ବାଇକରେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା । ଟ୍ରକ୍  ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମାତ୍ର ମୃତ ଯୁବକର ଚିହ୍ନଟ ହୋଇପାରିନାହିଁ। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲାବେଳେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଏ ଅଞ୍ଚଳରେ ସ୍ପିଡ଼୍ ବ୍ରେକର ନଥିବାରୁ ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ଲୋକ ଅଭିଯୋଗ କରିଛନ୍ତି।

Leave A Reply