ପଣସ ବୋଝେଇ ଟ୍ରକ ଓଲଟିଲା, ୨ ଗୁରୁତର

ଜୟପୁର: କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ନିକଟ ପେଟା ଘାଟିରେ ରବିବାର ଏକ ପଣସ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଟ୍ରକଟି ଲମତାପୁଟରୁ ରାୟପୁର ଯାଉଥିବା ବେଳେ ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଛି।

Comments are closed.