ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା, ଚାଳକ ଗୁରୁତର

0

ଦ୍ୱାରଶୁଣି/କଳାବାଡ଼ିଆ : ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ଟ୍ରକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଛି । ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଦ୍ୱାରଶୁଣି ଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ୫୦ଫୁଟ ପୋଲ ତଳକୁ ଖସି ଯାଇଛି । ଚାଳକକୁ ଗୁରୁତର ଅବସ୍ଥାରେ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଟ୍ରକଟି ରାଇପୁରରୁ କଲକତା ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଛି । ଗାଡି ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଥିବା ଜଣାପଡିଛି ।ପ୍ରଶାସନର ଉଦାସୀନତା ଯୋଗୁଁ ଏହି ଘାଟି ରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ଆଜକୁ ମାତ୍ର ୮ଦିନ ପୂର୍ବରୁ ଏହି ଘାଟି ର ପ୍ରଥମ ଗଲେଇ ରେ ଏକ ସିରିଜ ଦୁର୍ଘଟଣା ଘଟି ଟ୍ରକ ଚାଳକଙ୍କ ମୃତ୍ୟୁ ହେଇଥିଲା ।

 

 

Leave A Reply