ଜାତୀୟ ରାଜପଥରେ ଓଲଟି ପଡିଲା ମକା ବୋଝେଇ ଟ୍ରକ

0

ଜୟପୁର: ଜୟପୁରର ୨୬ ନମ୍ବର ଜାତୀୟ ରାଜପଥରେ ଏକ ମକା ବୋଝେଇ ଟ୍ରକ ଓଲଟି ପଡିଛି। ରାସ୍ତା ଉପରେ ଟ୍ରକଟି ଓଲଟି ପଡିବାରୁ ଜୟପୁର-ବୋରିଗୁମ୍ମାକୁ ଯୋଗାଯୋଗ ବ୍ୟାହତ ହୋଇଯାଇଛି। ବିଶାଖାପାଟଣା-ରାୟପୁରକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିବାର ଜଣା ପଡିଛି।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଏକ ମକା ବୋଝେଇ ଟ୍ରକ ଜୟପୁର ଠାରୁ ମାତ୍ର ୮ କି.ମି ଦୂର ମଜୁରମୁଣ୍ଡା ନିକଟ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ।

Leave A Reply