ଲୋକ ସଭାରେ ପାରିତ ହେଲା ତିନି ତଲାକ ବିଲ୍‌

ନୂଆଦିଲ୍ଲୀ . – ଲୋକ ସଭାରେ ତିନି ତଲାକ୍‌ ବିଲ୍‌ ପାରିତ ହୋଇଛି ।  ବିଲ୍‌ ସପକ୍ଷରେ ୩୦୩ଓ ବିପକ୍ଷରେ ୮୨ ସାଂସଦ ମତଦାନ କରିଛନ୍ତି । ମୁସଲିମ୍‌ ମହିଳାଙ୍କ ତିନି ତଲାକ ପ୍ରସଙ୍ଗରେ ଏହି ବିଲ୍‌ । ଏହପରେ ରାଜ୍ୟ ସଭାରେ ଆଲୋଚନା ଓ ପାରିତ ହେବା ପାଇଁ ଏହି ବିଧେୟକ ଯିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ତିନି ତଲାକ ବିଲ୍‌ ଆଗତ ହୋଇଥିଲା। କିନ୍ତୁ ଲୋକସଭାରେ ମଞ୍ଜୁରୀ ମଳିବା ସତ୍ବେ ରାଜ୍ୟସଭାରେ ଏହା ପାରିତ ହୋଇପାରି ନ ଥିଲା। ଏହି କାରଣରୁ ଷୋଡ଼ଶ ଲୋକସଭା ଶେଷ ହେବା ସହିତ ବିଲ୍‌ ବି ଶେଷ ହୋଇଯାଇଥିଲା। ମୋଦୀ ସରକାର ୨ୟ ଥର କ୍ଷମତାକୁ ଆସିବା ପରେ ପୁଣି ଥରେ ଏହି ବିଲ୍‌ ଆଗତ କରିଛି। ତେବେ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠ ସଦସ୍ୟ ଥିବାରୁ ବିଲ୍‌ ପାରିତ ହେବାରେ କୌଣସି ବାଧା ଉପୁଜିବ ନାହିଁ। ଅନ୍ୟପଟେ ଏଥର ବିଜେପି ପ୍ରତି ବିଜେଡି ଏବଂ ଅନ୍ୟାନ୍ୟ ଦଳର ସମର୍ଥନ ରହିଥିବାରୁ ରାଜ୍ୟସଭାରେ ବିଲ ପାରିତ ହେବାରେ କୌଣସି ଅସୁବିଧା ହୋଇ ନ ପାରେ ବୋଲି ଆଶା କରାଯାଉଛି।

Comments are closed.