ତ୍ରିପୁରା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଇସ୍ତଫା

ଅଗରତାଲା : ତ୍ରିପୁରା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ପ୍ରଦ୍ୟୋତ ବିକ୍ରିମ ମାଣିକ୍ୟ ଦେବ ବର୍ମନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିର ଶୀର୍ଷ ନେତାଙ୍କ ସହ ମତଭେଦରୁ ପ୍ରଦ୍ୟୋତ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

କଂଗ୍ରେସର ବରିଷ୍ଠ ନେତାଙ୍କୁ ଇମେଲ ମାଧ୍ୟମରେ ପ୍ରଦ୍ୟୋତ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ପଶ୍ଚିମ ତ୍ରିପୁରା ବଦରଘାଟ ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବେ ବୋଲି କହିଛନ୍ତି। ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳ ବଡ଼ ପଦରେ ଅବସ୍ଥାପିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଇସ୍ତଫା ଦେବା ପରେ ସେ ଶାନ୍ତି ଅନୁଭବ କରୁଥିବା କହିଛନ୍ତି। ପ୍ରଦ୍ୟୋତ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।

Comments are closed.