ଦୁଇ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା !

ବାରିପଦା : ବାରିପଦାର ସଦର ଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ରହିଛନ୍ତି। ପୁରୁଷଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ବେଳେ ମହିଳା ଦ୍ବୟଙ୍କ ରକ୍ତାକ୍ତ ମୃତଦେହ ଘରୁ ଉଦ୍ଧାର କରାଯାଇଛି। ତେବେ ପୁରୁଷ ଜଣଙ୍କ ନିଜର ଦୁଇ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ପୁଲିସ ହାତୁଡିକୁ ଜବତ କରିଛି।

ସୂଚନାଯୋଗ୍ୟ ଯେ, ଆତ୍ମହତ୍ୟା କରିଥିବା ଶାମା ମାରାଣ୍ଡିଙ୍କ ଦୁଇ ଭଉଣୀଙ୍କୁ ବିବାହ କରିଥିଲେ। ଶାମା ମାନସିକ ବିକାରଗ୍ରସ୍ତ ଯୋଗୁଁ ଏପରି କାଣ୍ଡ ଘଟାଇଥିବା ତାଙ୍କୁ ଶଳା ଥାନାରେ ଅଭିଯୋଗ କରିଛନ୍ତି। ସେ ମଙ୍ଗଳବାର ରାତିରେ ଦୁଇ ସ୍ତ୍ରୀଙ୍କୁ ହାତୁଡିରେ ଛେଚି ହତ୍ୟା କରିବା ପରେ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ତାଙ୍କ ଶଳା ଏନେଇ ଥାନାରେ ସବୁ କଥା ଜଣାଇଛନ୍ତି। ମୃତ ମହିଳା ହେଲେ ଫୁଲମଣୀ ମାରାଣ୍ଡି ଓ ସାଲେଖା ମାରାଣ୍ଡି।

Comments are closed.