ତିନି ତଲାକ ଅଧ୍ୟାଦେଶ ପୁଣି ଲାଗୁ ପାଇଁ କ୍ୟାବିନେଟର ମଞ୍ଜୁରୀ

0

ନୂଆଦିଲ୍ଲୀ: ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ଅଧ୍ୟାଦେଶ ୨୦୧୯କୁ ପୁଣି ଲାଗୁ କରିବାକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ମଞ୍ଜୁରୀ ଫଳରେ ତିନି ତଲାକ ଅପରାଧୀ କାର୍ୟ୍ୟକଳାପ ଭାବେ ଅଭିହିତ କରାଯିବ। ଏହାଦ୍ୱାରା ତିନି ତଲାକ ଅବୈଧ ହେଲା ଏବଂ ଏହାକୁ ଅବମାନନା କଲେ ତିନି ବର୍ଷ ଦଣ୍ଡ ମଧ୍ୟ ହୋଇପାରେ। କ୍ୟାବିନେଟ ବୈଠକ ପରେ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ କ୍ୟାବିନେଟ ପୁଣି ଥରେ ଲାଗୁ କରିବା ପାଇଁ କମ୍ପାନୀ ଦ୍ଵିତୀୟ ସଂଶୋଧନ ଅଧ୍ୟାଦେଶକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଦୁଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି।

Leave A Reply