ପଟ୍ଟନାୟକିଆ ଛକରେ ତିନିଜଣଙ୍କୁ ନିର୍ମମ ହତ୍ୟା

ପିପିଲି : ଭୁବନେଶ୍ଵର-ପୁରୀ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ଛକରେ ରବିବାର ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରାଯାଇଛି । ଦୁବୃର୍ତ୍ତ ଜଣଙ୍କ ରାସ୍ତାରେ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ୩ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି । ରାସ୍ତା ଉପରେ ମୃତ ଦେହ ପଡି ରହିଛି । ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକେ ରାସ୍ତାରେ ପୋଡାଜଳା କରୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ବହୁ ସଂଖ୍ୟାରେ ଗାଡି ମୋଟର ରାସ୍ତାର ଉଭୟ ପଟେ ଅଟକି ରହିଛି ।
ମୃତକମାନେ ହେଲେ ପୂର୍ଣଚନ୍ଦ୍ର ବେହେରା(୪୫), କୃଷ୍ଣଚନ୍ଦ୍ର ବେହେରା(୪୭) ଓ ପଞ୍ଚୁ ବେହେରା(୪୪)। ସୂଚନାଯୋଗ୍ୟ, କିଛି ମାସ ତଳେ ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ଟ୍ରେନ ଲାଇନ୍ ରୁ ଉଦ୍ଧାର ହୋଇଥିଲା l ପୂର୍ଣ୍ଣ ଓ କୃଷ୍ଣ ହେଉଛନ୍ତି  ମୃତ ଅଜୟଙ୍କ ନିଜ ଭାଇ ଓ ପଞ୍ଚୁ ତାଙ୍କ ଦାଦା ପୁଅ ଭାଇ ବୋଲି ସୂଚନା ମିଳିଛି l ଅଭିଯୁକ୍ତର ଘର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ପୂର୍ବ ଶତ୍ରୁତାକୁ ନେଇ ଏ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସତ୍ୟବାଦୀ, ପିପିଲି, ଡେଲାଙ୍ଗ ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି।

courtesy : New Indian Express

Comments are closed.