ଦୀର୍ଘାୟୁର ସୂତ୍ର

0

• ସବୁଠୁ ପ୍ରଥମ କାମ ହେଲା, ଦୈନିକ ୧୦-୧୫ ମିନିଟ୍‍ ହସନ୍ତୁ। ଜୋର ଜବରଦସ୍ତି ନୁହେଁ, ଟିଭିରେ କୌଣସି କାର୍ଯ୍ୟକ୍ରମ ଦେଖି, କିମ୍ବା କାହା ସହ ବାର୍ତ୍ତାଳାପ କରି ହସନ୍ତୁ।
• ଖାଦ୍ୟକୁ ଖାଇଲାବେଳେ ଆନନ୍ଦ ମନରେ ଖାଆନ୍ତୁ। ଚିଡ଼ିଚିଡ଼ା କିମ୍ବା ଘୃଣାମନରେ ଖାଇବା ଅନୁଚିତ। ବିଶେଷଜ୍ଞଙ୍କ ମତରେ ଖାଦ୍ୟର ପ୍ରଭାବ ଶରୀରର ଅନେକାଂଶରେ ପକାଏ।
• ଯୋଗ, ବ୍ୟାୟାମ କରିବାକୁ ସମୟ ଯଦି ନ ମିଳୁଛି, ତେବେ ଦୈନିକ ୧୦ମିନିଟ୍‍ ନିଜ ଘରେ ଚାଲନ୍ତୁ।
• ଝଗଡ଼ା, ବିରକ୍ତି ଏସବୁ ଯେତେ କମ୍‍ କରିବେ ସେତେ ଭଲ। ଏହା ଶରୀରର ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ।
• ଦୈନିକ ୭ଘଣ୍ଟା ସମୟ ଶୋଇବାରେ ହେଳା ନ କରନ୍ତୁ।
• ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଲେ ମନୁଷ୍ୟ ଦୀର୍ଘାୟୁ ହୁଏ। ସବୁଜ ପନିପରିବା ଏଥିପାଇଁ ସର୍ବୋତ୍ତମ।

Leave A Reply