ଜାଣନ୍ତୁ କିପରି କାମଳ ରୋଗର ଚିକିତ୍ସା ପ୍ରାକୃତିକ ଉପାୟରେ କରିବେ !

0

କାମଳ ରୋଗରେ ମୂଳାଭସ୍ମ ଚମତ୍କାର ପରିଣାମ ଦେଖାଏ । ମୂଳା ମିଳୁଥିବା ସମୟରେ କିଛି ମୂଳା ଆଣି ଛୋଟଛୋଟ ଖଣ୍ଡକରି କାଟି ଏକ ମାଟି ହାଣ୍ଡିରେ ରଖି ଧୀର ଆଞ୍ଚରେ ବସାନ୍ତୁ । ପାତ୍ରର ମୁହଁକୁ କପଡା ଦ୍ୱାରା ବାନ୍ଧିଦେଇ ମଝିରେ ମଝିରେ ହାଣ୍ଡିକୁ ହଲେଇ ଦେଉଥିବେ । କିଛିସମୟ ପରେ ମୂଳାଖଣ୍ଡ ସମ୍ପୂର୍ଣ୍ଣ ପୋଡିଯାଇ ମୂଳା ଭସ୍ମରେ ପରିଣତ ହୋଇଯାଇଥାଏ । ଏହାକୁ କୌଣସି ସିନ୍ଥେଟିକ୍ କପଡା ଦ୍ୱାରା ଛାଣିଦେଲେ ଚିକ୍କଣ ଚୂର୍ଣ୍ଣ ମିଳେ । କାମଳ ରୋଗ ଆରମ୍ଭ ହେବା ମାତ୍ରେ ଅଧଚାମଚ ଏହି ଭସ୍ମକୁ ଏକ ଚାମଚ ମହୁ ସହିତ ଦିନରେ ତିନିଥର ଖାଲି ପେଟରେ ସେବନ କଲେ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ।

୫ ମିନିଟ୍ ପର୍ଯ୍ୟନ୍ତ ଫୁଟାଯାଇଥିବା ପାଣି ପିଇବା ଦ୍ୱାରା ଜଣ୍ଡିସ୍ ରୋଗରୁ ରକ୍ଷା ମିଳିବା ସହିତ ଶରୀରର ଅନ୍ୟ ରୋଗ ମଧ୍ୟ ଦୂର ହୋଇଯାଏ ।

ଅଶ୍ୱତ୍‌ଥ ବୃକ୍ଷର ୩ରୁ୪ଟି କଅଁଳ ପତ୍ରକୁ ପାଣିରେ ଧୋଇ ମିଶ୍ରି କିମ୍ବା ଚିନି ସହିତ ଶିଳରେ ଭଲ ଭାବରେ ବାଟି ଦେବେ । ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ଏକ ସଫାକନା ଦ୍ୱାରା ଛାଣି ଏହି ସରବତ କାମଳ ରୋଗୀଙ୍କୁ ଦିନକୁ ୩ଥର ପିଇବାକୁ ଦିଅନ୍ତୁ । ୭ଦିନ ପର୍ଯ୍ୟନ୍ତ ଖାଲି ପେଟରେ ଏହି ସରବତ ପିଇବା ଦ୍ୱାରା ରୋଗ ସମ୍ପୂର୍ଣ୍ଣ ଦୂର ହୋଇଯାଏ । ମୂଳା ପତ୍ର ଏବଂ ଡେମ୍ଫର ୫୦ଗ୍ରାମ ରସରେ ୧୦ଗ୍ରାମ ମିଶ୍ରି ମିଶାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଏକ ସପ୍ତାହ ମଧ୍ୟରେ କାମଳ ରୋଗ ଦୂର ହୋଇଯାଇଥାଏ ।

ମିଠା କମଳା କାମଳ ରୋଗର ଉତ୍ତମ ଔଷଧ । ସକାଳେ ଖାଲି ପେଟରେ ଦୁଇଟି କମଳା ପ୍ରତ୍ୟେକ ଦିନ ଖାଇଲେ ୫ରୁ ୭ ଦିନରେ ରୋଗ ଦୂର ହୁଏ ।

ଏକ ଗ୍ଲାସ ଘୋଳଦହିରେ ଗୋଲମରିଚ ଗୁଣ୍ଡ ମିଶାଇ କ୍ରମାଗତ ଏକସପ୍ତାହ ପର୍ଯ୍ୟନ୍ତ ପିଇଲେ କାମଳ ରୋଗରୁ ଆରୋଗ୍ୟ ମିଳେ ।

ଧଳା କାଚବୋତଲରେ ତିନି-ଚତୁର୍ଥାଂଶ ପାଣି ଭର୍ତ୍ତି କରି ୮ଘଣ୍ଟା ପର୍ଯ୍ୟନ୍ତ ଖରାରେ ରଖନ୍ତୁ । ଥଣ୍ଡା ହେବାପରେ ଏହି ସୂର୍ଯ୍ୟ ତାପିତ ଜଳ ପିଇବା ଦ୍ୱାରା କାମଳ ରୋଗରେ ବିଶେଷ ଲାଭ ଦେଇଥାଏ ।

ପୋଦିନା ରସରେ ଚିନି ମିଶାଇ ପିଇବା ଦ୍ୱାରା କାମଳ ରୋଗ ଦୂର ହୋଇଥାଏ । କ୍ରମାଗତ ୧୦ ଦିନ ପର୍ଯ୍ୟନ୍ତ ସକାଳ ଓ ସନ୍ଧ୍ୟାରେ ଖାଲି ପେଟରେ ସେବନ କରିବେ ।

ବିନା ମସଲାରେ ତିଆରି ହୋଇଥିବା ମୁଗ ଡାଲିରେ କଳା ଲୁଣ ମିଶାଇ ୧୦ ଦିନ ପର୍ଯ୍ୟନ୍ତ ଖାଇଲେ କାମଳ ରୋଗ ଦୂର ହୁଏ ।

କାମଳ ରୋଗୀ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥାନ୍ତି । ତେଣୁ କ୍ଷୀର ପିଇବା ନିହାତି ଆବଶ୍ୟକ । କିନ୍ତୁ କ୍ଷୀରରେ ସମାନ ମାତ୍ରାରେ ପାଣି ମିଶାଇବା ସହିତ କିଛି ପାନମହୁରୀ, ୧ରୁ୨ଟି ପିପର ଦାନା ଓ ଏକ ଗ୍ରାମ ଶୁଣ୍ଠି ମିଶାଇ ଲୁହା କଡେଇରେ ଗରମ କରି ପିଇବା ଉଚିତ୍ ।

ଏହି ରୋଗରେ ତିନି ଦିନ ପର୍ଯ୍ୟନ୍ତ ଉପବାସ କରିସାରିବା ପରେ ଫଳରସ, ଆଖୁରସ, ପଇଡ ପାଣି, ଲେମ୍ବୁ ପାଣି, ପିଇବା ଦ୍ୱାରା କାମଳ ରୋଗ ଦୂର ହୁଏ ।

ଏହି ରୋଗ ନହେବା ପାଇଁ ପ୍ରତ୍ୟେକ ଦିନ ଯୋଗ ପ୍ରାଣାୟାମ ଅଭ୍ୟାସ କରିବା ଆବଶ୍ୟକ । ଉତ୍ତାନପାଦାସନ, ପବନ ମୁକ୍ତାସନ, ମଣ୍ଡୁକାସନ, ସୂର୍ଯ୍ୟନମସ୍କାର, ବଜ୍ରାସନ ଓ କପାଳଭାତି ସହ ଅନୁଲୋମ ବିଲୋମ ପ୍ରାଣାୟମ ନିଶ୍ଚିତ କରିବା ଉଚିତ ।

ସୋରିଷ, ହେଙ୍ଗୁ, ରାଶି, ଗୁଡ, ବେସନ, ସାରୁ ପ୍ରଭୃତି ରୋଗୀ ପାଇଁ କ୍ଷତିକାରକ, ବୁଟ ଏବଂ ବିରିଡାଲି, ବିରି ଓ ମଇଦାରୁ ତିଆରି ଖାଦ୍ୟ, କେକ୍, ଛଣା ଜିନିଷ, ପିତ୍ତ ସୃଷ୍ଟିକାରୀ ଏବଂ ଶରୀର ଗରମ କରୁଥିବା ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ । ଫାଷ୍ଟଫୁଡ ସହ ଧୂମପାନ, ମାଂସ, ମାଛ, ଅଣ୍ଡା, ଏବଂ ମାଦକ ପଦାର୍ଥ ସେବନ କରନ୍ତୁ ନାହିଁ ।

ଦୂଷିତ ପାଣି ଏବଂ ବାସି ଭୋଜନ ଏହି ରୋଗରେ ବିଷତୁଲ୍ୟ । ଭାତ, ଖେଚୁଡିରୁ ଦୂରେଇ ପୁରୁଣା ଗହମର ଅଟା ଏବଂ ଯଅ ମିଶ୍ରିତ ଅଟାର ରୁଟି ବିନା ଘିଅରେ ଖାଆନ୍ତୁ । ଅଧିକ ସମୟ ଖରାରେ ବସିବା, ନିଆଁ ପାଖରେ ବସିବା, ଅଧିକ ଚାଲିବା, କ୍ରୋଧ, ଅବସାଦ, ସମ୍ଭୋଗ ଆଦିରୁ ଦୂରେଇ ରହିବା ଜରୁରୀ ।

Leave A Reply