ଭ୍ରମଣ ସହ ଏଠାରେ ନିଅନ୍ତୁ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା

0

ଭ୍ରମଣ ପାଇଁ କେରଳରେ ବହୁ ସୌନ୍ଦର୍ଯ୍ୟମୟ ସ୍ଥାନ ସହ ବିଶେଷ ଖାଦ୍ୟପେୟ ପାଇଁ ଏହା ଖୁବ ପ୍ରସିଦ୍ଧ। ଏଠାରେ ମିଳୁଥିବା ଶାକାହାରୀ ଭୋଜନରେ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମିଳିଥାଏ। ଯାହା ଖାଦ୍ୟପ୍ରେମୀ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ଓ ସେମାନେ ସ୍ୱାଦିଷ୍ଟ ଖାଦ୍ୟପେୟର ମଜା ନେଇଥାଆନ୍ତି। ଭୋଜନରେ ଅନ୍ନ ନିଶ୍ଚୟ ରହିଥାଏ। କେରଳ ବୁଲିବାକୁ ଯିବେ ଏଠାରେ ମିଳୁଥିବା ସ୍ୱାଦିଷ୍ଟ ଭୋଜନ ନିଶ୍ଚୟ ଖାଆନ୍ତୁ। ଚାଲନ୍ତୁ ଜାଣିବା ସେଭଳି କିଛି ଖାଦ୍ୟପେୟ ବିଷୟରେ ଯାହା ଖୁବ ଲୋକପ୍ରିୟ ଅଟେ….
କୋଇକଟା –
କୋଇକଟା ଏକ ବିଶେଷ ପ୍ରକାରର ବ୍ୟଞ୍ଜନ ଅଟେ। କେରଳର ରେଷ୍ଟ୍ରୁରାଣ୍ଟ ଠାରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ଏହା ମିଳିଥାଏ। ଏହାର ପ୍ରସ୍ତୁତି ମଧ୍ୟ ଖୁବ ସହଜ। ଏହା ଚାଉଳର ଗୁଣ୍ଡ ଓ ନଡ଼ିଆରେ ରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ଓ ପୋଷ୍ଟିକ ଖାଦ୍ୟ ଅଟେ।
ଓଲନ –
ଏହା ଲାଲ ଅମୃତଭଣ୍ଡା, ହଳଦିଆ ଭାତ, ନଡ଼ିଆ ରସରେ ପ୍ରସ୍ତୁତ ଖାଦ୍ୟ ଅଟେ। ଏହାକୁ ସାମ୍ବର ସହ ଖିଆଯାଏ। ଏହା ମଧ୍ୟ ଖାଇବାକୁ ଖୁବ ଭଲ ଲାଗିଥାଏ।
ମେଙ୍ଗୋ ଥୋକୁ –
ଆମ୍ବ,ଲଙ୍କା, ଭୁସଙ୍ଗପତ୍ର, ହେଙ୍ଗୁ ଆଦିରେ ପ୍ରସ୍ତୁତ ଏହି ଆଚାରର ସ୍ୱାଦ ଖାଦ୍ୟର ସ୍ୱାଦକୁ ଦୁଇ ଗୁଣିତ କରିଦେଇଥାଏ। ଏହାକୁ ଭାତ, ରୁଟି ସବୁଥିରେ ଖାଇ ପାରିବେ।
ଥୁବାୟଲ –
ସିଝା ଚଣା , ନଡ଼ିଆ , ଭୁସଙ୍ଗ ପତ୍ର, ଲଙ୍କା ଗୁଣ୍ଡ ଆଦିରେ ପ୍ରସ୍ତୁତ ଏହି ବ୍ୟଞ୍ଜନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ। ଏହାକୁ ଜଳଖିଆରେ ମଧ୍ୟ ଖାଇପାରିବେ।
ପାୟସମ –
ଏପରି କୁହାଯାଇଥାଏ ଯେ, ଖାଇବା ପରେ ମିଠା ଖାଦ୍ୟଦ୍ରବ୍ୟ ଖାଇବାକୁ ଖୁବ ଭଲ ଲାଗେ। ଏଠାରେ ଖିରୀ, ହାଲୱା ଓ ବିଭିନ୍ନ ପ୍ରକାର ମିଠା ଦ୍ରବ୍ୟ ଖାଇବାକୁ ମିଳିଥାଏ। ଖିରୀ ଏଠାକାର ମୁଖ୍ୟ ମିଠା ଦ୍ରବ୍ୟ ଅଟେ। ଏହି ଖିରୀର ପ୍ରସ୍ତୁତି ଶୈଳୀ ସ୍ୱତନ୍ତ୍ର ଅଟେ। ତେଣୁ ଏହାକାର ସ୍ୱତନ୍ତ୍ରତା ପ୍ରସ୍ତୁତି ଶୈଳୀ ହେତୁ ଖିରୀ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।

Leave A Reply