ଭ୍ରମଣ ପାଇଁ ଯାଆନ୍ତୁ ରାଜସ୍ଥାନ

0

ଭାରତୀୟ ଲୋକମାନଙ୍କ ପ୍ରିୟସ୍ଥାନ ମଧ୍ୟରୁ ରାଜସ୍ଥାନ ଗୋଟିଏ। ଭ୍ରମଣ ପାଇଁ ପ୍ରତିବର୍ଷ ଏଠାକୁ ଅନେକ ଲୋକେ ଆସିଥାଆନ୍ତି। ଯେଉଁ ସମୟରେ ଲୋକେ ଏଠାକୁ ବୁଲିବାକୁ ଆସିଥାଆନ୍ତି ତାଙ୍କ ମନରେ ଏଠାରେ ଥିବା ସାହି ମହଲ କଥା ନିଶ୍ଚୟ ଆସେ। ଏଠାରେ ରାଜାମାନଙ୍କର ଜୀବନ ବିତାଇଥିବା ବହୁ ସ୍ଥାନ ରହିଛି। ଏହାଛଡ଼ା ରାଜସ୍ଥାନରେ ଭ୍ରମଣ ଉପଯୋଗୀ ଅନ୍ୟ ବହୁ ସ୍ଥାନ ମଧ୍ୟ ରହିଛି।
ରାଜସ୍ଥାନ ଏବେ ମଧ୍ୟ ରାଜାରାଣୀଙ୍କ ସହ ସମ୍ବନ୍ଧିତ ବହୁ କିଛି ଜିନିଷ ରହିଛି। ଏହାଛଡ଼ା ଏହା ନିକଟରେ ଥିବା ଅନ୍ୟ ସହର ମାନଙ୍କରେ ବିଭିନ୍ନ ପ୍ରକାର ପୋଷାକ ପରିଧାନ କରିଥିବା ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳେ।
ବହୁ ଲୋକେ ରାଜସ୍ଥାନର ଅର୍ଥ ମରୁଭୂମି ବୋଲି ଭାବିଥାଆନ୍ତି। ମାତ୍ର ଏଠାରେ ମରୁଭୂମି ବ୍ୟତୀତ ମଧ୍ୟ ବହୁସ୍ଥାନ ରହିଛି। ରାଜସ୍ଥାନର ମଧ୍ୟ ଭାଗରେ ଚାଷୀ ସମ୍ପ୍ରଦାୟର ଲୋକେ ଅଧିକ ରହିଥାଆନ୍ତି। ସୁନ୍ଦର ସୁନ୍ଦର ଚୁଡ଼ି, ପୋଷାକ, ପର୍ସ, ବହୁ ହସ୍ତକର୍ମର ଦ୍ରବ୍ୟ ଏହି ସ୍ଥାନରେ ମିଳିଥାଏ। ଏଠାରେ ଥିବା ରାଜମହଲ, ବିଭିନ୍ନ ଗଡ଼, କିଲ୍ଲା ଆଦି ମନକୁ ବିମୋହିତ କରିଥାଏ। ରାଜସ୍ଥାନର ଲୋକଙ୍କ କଥାବାର୍ତ୍ତା ଅର୍ଥାତ ଭାଷା ଭିନ୍ନ ଅଟେ। ଏଠାରେ ରହୁଥିବା ଲୋକଙ୍କ ବ୍ୟବହାର ମଧ୍ୟ ଉତ୍ତମ ଅଟେ। ବହୁ ସ୍ୱାଦିଷ୍ଟ ଭୋଜନ ମିଳିଥାଏ। ରାଜସ୍ଥାନରେ ପ୍ରସିଦ୍ଧ ସ୍ଥାନ ଭ୍ରମଣ ପାଇଁ ଆପଣଙ୍କ ୮ ଦିନ ଲାଗିବ। ମରୁଭୂମିରେ ଓଟ ଉପରେ ସବାରୀ କରି ବୁଲିବାରେ ମଧ୍ୟ ଲୋକେ ବେଶ ମଜା ନେଇଥାଆନ୍ତି। ଗମନାଗମନ ଦୃଷ୍ଟିରୁ ଟ୍ରେନରେ ଯାଇ ସେଠାରୁ ଘରୋଇ ଯାନରେ ଯାଇପାରିବେ।

Leave A Reply