ଭ୍ରମଣ ପାଇଁ ଯାଆନ୍ତୁ ଦିଲ୍ଲୀର ଏହି ସ୍ଥାନ

0

ନିଜର ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଭ୍ରମଣ ପାଇଁ ଯିବା ସଭିଁଙ୍କ କ୍ଷେତ୍ରରେ ସହଜ ହୋଇନଥାଏ। ମାତ୍ର ଭ୍ରମଣପ୍ରେମୀ ସମୟ ବାହାର କରି ସୁନ୍ଦର ସୁନ୍ଦର ସ୍ଥାନକୁ ଭ୍ରମଣ ପାଇଁ ଯାଇଥାଆନ୍ତି। ଦିଲ୍ଲୀରେ ଏପରି କେତେକ ସ୍ଥାନ ରହିଛି, ଯାହା ବେଶ ପ୍ରସିଦ୍ଧ ଅଟେ। ଜାଣନ୍ତୁ ସେଭଳି କିଛି ସ୍ଥାନ ବିଷୟରେ ….
ସୁଲତାନପୁର – ସୁଲତାନପୁର ରାଷ୍ଟ୍ରୀୟ ଉଦ୍ୟାନ ପକ୍ଷୀପ୍ରେମୀଙ୍କ ପାଇଁ ସବୁଠାରୁ ଉତ୍ତମ ସ୍ଥାନ ଅଟେ। ଏହି ସ୍ଥାନ ପକ୍ଷୀ ଓ ଝରଣାର ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ବିଦେଶରୁ ଆସୁଥିବା ପକ୍ଷୀମାନେ ପ୍ରାୟ ସେପ୍ଟେମ୍ବର ମାସରୁ ଆସି ପ୍ରାୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଠାରେ ରହିଥାଆନ୍ତି। ପ୍ରାୟ ୨୫୦ ପ୍ରକାର ପକ୍ଷୀମାନଙ୍କର ପ୍ରଜାତି ଏଠାରେ ଦେଖିବାକୁ ମିଳିଥାଏ। ଦିଲ୍ଲୀ ଠାରୁ ୪୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନ ପର୍ଯ୍ୟଟକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ନୈନିତାଲ ହ୍ରଦ – ଏଠାରେ କମ ଟଙ୍କା ଖର୍ଚ୍ଚ କରି ଆପଣ ଅଧିକ ଆନନ୍ଦ ପାଇପାରିବେ। ଏହାର ନିକଟରେ ସ୍ୱାଦିଷ୍ଟ ଭୋଜନ ମଧ୍ୟ ମିଳିଥାଏ। ଏଠାକାର ରମଣୀୟ ପରିବେଶ ଦୃଶ୍ୟ ମଧ୍ୟରେ ଆପଣଙ୍କୁ ଖୁବ ଶାନ୍ତି ଅନୁଭୂତ ହେବ। ଅଧିକାଂଶ ଲୋକେ ନିଜ ପରିବାର ସହ ଏଠାକୁ ଯାଇ ବେଶ ଆନନ୍ଦିତ ହୋଇଥାଆନ୍ତି।
ଓଖଲା ପକ୍ଷୀ ଅଭୟାରଣ୍ୟ – ଏଠାରେ ୩୦୦ ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାଏ। ଏହି ସ୍ଥାନ ଦିଲ୍ଲୀ ଓ ନୋଏଡ଼ାର ସୀମାରେ ରହିଛି। ବିଦେଶରୁ ଆସୁଥିବା ଭିନ୍ନ ଭିନ୍ନ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ପାଇବେ। ଏହାଛଡ଼ା ଏଠାକାର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନକୁ ବିମୋହିତ କରିଥାଏ।
ଦମଦମା ହ୍ରଦ – ଯଦି ଆପଣ ପରିବାର ସହ ପିକନିକ ଯିବାକୁ ଇଚ୍ଛା କରୁଛନ୍ତି ତେବେ ଏହା ଏକ ଉତ୍ତମ ସ୍ଥାନ ଅଟେ। ଏହା ଦିଲ୍ଲୀ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି। ଏଠାରେ ଆପଣ ନୌକା ବିହାରର ମଜା ନେଇପାରିବେ।
ଗମନାଗମନ ଦୃଷ୍ଟିରୁ ଆପଣ ଉଭୟ ଟ୍ରେନ ଓ ବିମାନରେ ଦିଲ୍ଲୀ ଯାଇ ସେଠାରୁ ଘରୋଇ ଯାନରେ ଯାଇପାରିବେ।

Leave A Reply