ବାତିଲହେଲା ପରିବହନ ବିଭାଗ କର୍ମଚାରୀଙ୍କ ସମସ୍ତ ଛୁଟି

0

ଭୁବନେଶ୍ୱର: ଟ୍ରାଫିକ କଟକଣା ୩ ମାସ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ୩ ମାସ ମଧ୍ୟରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ପରେ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପରିବହନ ବିଭାଗ ଏବଂ ଆରଟିଓ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରିଛନ୍ତି। ଲୋକଙ୍କ ପାଇଁ ଛୁଟିରେ କାର୍ଯ୍ୟ କରିବେ ଆରଟିଓ କର୍ମଚାରୀ ଏବଂ ଏ ନେଇ ପରିବହନ ବିଭାଗପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି।  ରାଜ୍ୟର ଅଧିକାଂଶ ସ୍ଥାନରେ କ୍ୟାମ୍ପ କରାଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ନୂତନ ଟ୍ରାଫିକ ନିୟମ ଲାଗୁ କରାଯିବାପରେ ରାଜ୍ୟର ସମସ୍ତ ଆରଟିଓରେ ଡିଏଲ ଓ ଗାଡି ଡକ୍ୟୁମେଣ୍ଟସ ,ଫିଟନେସ ,ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିପାଇଁ ଭିଡ ଲାଗିରହୁଥିବା କାରଣରୁ ଏହି ନିଷ୍ପତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ସାରା ଦେଶରେ ସେପ୍ଟେମ୍ବର ୧ ରୁ ନୂତନ ଟ୍ରାଫିକ ନିୟମ ଲାଗୁ କରାଯାଇଥିବା ବେଳେ ଏହି ନିୟମର ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କରେ ଜରିମାନା ଆଦାୟ କରାଯାଉଥିଲା। ଯାହା ଫଳରେ ଜରିମାନାର ପରିମାଣକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା। ରାଜ୍ୟ ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକରେ ଜରିମାନାକୁ ନେଇ ପୁଲିସ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ବେଳେ କଟକର ଯୋବ୍ରା ଠାରେ ମଧ୍ୟ ସମାନ ଘଟଣାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟବାସୀଙ୍କୁ ୩ ମାସର ସମୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରାଫିକ କଟକଣା କୋହଳ କରିଥିଲେ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ସେମାନଙ୍କର ଗାଡିର ସମସ୍ତ କାଗଜ ପତ୍ର ଠିକ୍‍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply