ସତ୍ୟପାଲ ମଲିକଙ୍କୁ ଗୋଆ ଓ ପି.ଏସ ଶ୍ରୀଧରନ୍ ପିଲାଇଙ୍କୁ ମିଜୋରମର ରାଜ୍ୟପାଳ ଭାବେ ନିଯୁକ୍ତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ୪ଟି ରାଜ୍ୟର ରାଜ୍ୟପାଳ ନିଯକ୍ତି ଓ ବଦଳି କରିଛନ୍ତି ।  ରାଷ୍ଟ୍ରପତି ଭବନରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପି.ଏସ ଶ୍ରୀଧରନ୍ ପିଲାଇଙ୍କୁ ମିଜୋରମର ରାଜ୍ୟପାଳ ଦାୟିତ୍ବ ଦିଆଯାଇଛି। ଅନ୍ୟ ପକ୍ଷରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜାମ୍ମୁ-କାଶ୍ମୀରର ଲେଫଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରାଧାକ୍ରିଷ୍ଣ ମାଥୁରଙ୍କୁ ଲଦାଖର ଲେଫଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି।

 

Comments are closed.