ଚଳନ୍ତା ଟ୍ରେନ ଇଞ୍ଜିନରେ ନିଆଁ; ଯାତ୍ରୀ ଆତଙ୍କିତ

0

ସମ୍ବଲପୁର: ଚଳନ୍ତା ଟ୍ରେନରେ ନିଆଁ ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି। ଗୁରୁବାର ହରିଶଙ୍କର ଷ୍ଟେଶନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଶାଖାପାଟଣା-ଭଗତକି କୋଠି ଏକ୍ସପ୍ରେସ ଯାଉଥିବାବେଳେ ଏହାର ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଧୂଆଁ ଦେଖି ରେଲୱେକୁ ସୂଚନା ଦେଇଥିଲେ। କିଛି ସମୟ ପରେ ଟ୍ରେନ ଅଟକିଥିଲା। ଯାତ୍ରୀମାନେ ଏହା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ଅନ୍ୟପଟେ ନିଆଁ ଲାଗିବା ଘଟଣାକୁ ରେଲୱେ ପକ୍ଷରୁ ଖଣ୍ଡନ କରାଯାଇଛି। ଇଞ୍ଜିନରେ ନିଆଁ ଲାଗି ନାହିଁ, ସେଥରୁ ଧୂଆଁ ବାହାରୁଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Leave A Reply