ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

0

ବିହାର :  ସୀମାଞ୍ଚଳ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ କେନ୍ଦ୍ର ସରକାର ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଓ ମାଗଣାରେ ଚିକିତ୍ସା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦୁର୍ଘଟଣାର ତଦନ୍ତ କରିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ , ସୂଚନା ଅନୁଯାୟୀ, ବିହାରର ଯୋଗବାଣୀରୁ ନୂଆଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲକୁ ଯାଉଥିବା ଏହି ସୁପରଫାଷ୍ଟ ଏକ୍ସପ୍ରେସ ଶନିବାର ବିଳମ୍ବିତ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଆହତ ହୋଇଛନ୍ତି।

Leave A Reply