ଟ୍ରେନ୍‍ ଧକ୍କାରେ ଜଣେ ମୃତ

0

ଝାରସୁଗୁଡା : ବେଲପାହାଡ ହାୱଡ଼ା-ମୁମ୍ବଇ ରେଳ ପଥରେ ଏକ ଅଘଟଣ ଘଟିଛି। ଟ୍ରେନ୍‍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ବେଲପାହାଡ଼ ଗୁମାଡ଼େରା ସ୍କୁଲପଡାରେ ରହୁଥିବା ଛାପଲୁ ଗରଡ଼ିଆ (୪୮) ସକାଳୁ ଘରୁ ବାହାରି ଯାଇଥିଲେ। କିଛି ସମୟ ପରେ ଗୁମାଡ଼େରା ଫାଟକ ପାଖରେ ଛାପଲୁଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ରେଳବାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୁଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply